ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀ କରଣ ନିଷ୍ପତ୍ତିକୁ ନେଇ ଅନେକ ବାଦ ବିବାଦ ଦେଖାଯାଇଛି। ୨୦୧୬ ନଭେମ୍ବର ୮ ରେ କେନ୍ଦ୍ର ସରକାର ବିମୁଦ୍ରୀ କରଣ ଘୋଷଣା କରିଥିଲେ। ଏହି ଆଧାରରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟଙ୍କା ବଦଳାଇବାକୁ ବ୍ୟାଙ୍କ ଆଗରେ ଲମ୍ବାଧାଡି ମଧ୍ୟ ଲାଗିଥିଲା। ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୁଦ୍ଧରେ ୫୮ଟି ଆବଦେନ ହୋଇଥିଲା। ସୁପ୍ରିମକୋର୍ଟ  ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜଷ୍ଟିସ ଏସ୍‌.ଏ.ନାଜିରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲରେ ନିଜ ରାୟ ଶୁଣାଇଛନ୍ତି।

ବିମୁଦ୍ରୀକରଣ ସରକାରଙ୍କ ଏକ ତ୍ରୁଟିଶୂନ୍ୟ ନିଷ୍ପତ୍ତି
ଦୀର୍ଘ ଦିନର ବ୍ୟବଧାନ ପରେ ସରକାଣ ବିମୁଦ୍ରୀ କରଣକୁ ନେଇ ସୁପ୍ରିମ ରାୟ ଆସିଛି। ଏହା ସରକାରଙ୍କ ଏକ ତ୍ରୁଟିଶୂନ୍ୟ ନିଷ୍ପତ୍ତି ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି। ସମସ୍ତ ରେକର୍ଡ ଯାଞ୍ଚ ପରେ ଏହି ରାୟ ଆସିଥିବା ସୁପ୍ରିମ କୋର୍ଟ ପ୍ରକାଶ କରିଛନ୍ତି। ମୋଦି ସରକାରଙ୍କ ବିମୁଦ୍ରୀ କରଣ ନିଷ୍ପତ୍ତି ଠିକ୍ ଥିଲା। ଏହି ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା ସୁପ୍ରିମ କୋର୍ଟ ଶୁଣାଣୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ। ଯାହାକୁ ନେଇ ବିରୋଧର ସ୍ୱର ଉଠିଥିଲା। ସୁପ୍ରିମ କୋର୍ଟ ଏ ନିଷ୍ପତ୍ତି ସପକ୍ଷରେ ମୋହର ମାରିଛନ୍ତି।