CBI-NET

ବିଜେପି ସଭାପତି ଅମିତ ଶାହଙ୍କ ସାଲେପୁର ଗସ୍ତ ସରିବା ଆଗରୁ ଓଡ଼ିଶା ରାଜନୀତିରେ ଆଲୋଡ଼ନ ସୃଷ୍ଟି କଲା ସିବିଆଇ ନୋଟିସ୍। 2ବିଜେଡି ବିଧାୟକଙ୍କୁ ସିବିଆଇ ନୋଟିସ୍ ନେଇ ଚାରିଆଡେ ଚର୍ଚ୍ଚା। ଚିଟଫଣ୍ଡ ଦୁର୍ନୀତିର ପେଡି ପୁଣି ଖୋଲିବାକୁ ଉଦ୍ୟମ ଆରମ୍ଭ କରିଛି ସିବିଆଇ। ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ କରିବ ଜେରା। ଶାସକ ଦଳର ଉଭୟ ବିଧାୟକଙ୍କ ସି-ସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ସିବିଆଇ ନୋଟିସ କରିଥିବା ଚର୍ଚ୍ଚା ହୁଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଥିବା ସିବିଆଇ ଅତନୁ ଏବଂ ଅରୁଣ ସାହୁଙ୍କୁ ଜେରା କରିବା ଲାଗି ସମନ ହୋଇଛି। ଶାସକ ଦଳର ଏହି 2ବିଧାୟକ ପୂର୍ବରୁ ମନ୍ତ୍ରୀ ଥିଲେ।
ଅରୁଣଙ୍କ ସମର୍ଥକଙ୍କୁ ସିବିଆଇ ଜେରା କରିଛି
ପୂର୍ବରୁ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଘନିଷ୍ଠ କୁହାଯାଉଥିବା ଆଶିଷ ସାହୁଙ୍କୁ ସିବିଆଇ ଜେରା କରିଥିଲା। ସେହିଭଳି ବିଜୁ ଯୁବ ଜନତା ଦଳର ସାଧରଣ ସମ୍ପାଦକ ବିଶ୍ୱରଞ୍ଜନ ଓରଫ ବାପି ଖଟେଇଙ୍କୁ ମଧ୍ୟ ଗତ ସେପ୍ଟମ୍ବର 2014ରେ ସିବିଆଇ ଜେରା କରିଛି। ନୟାଗଡ଼ ବିଧାୟକ ଅରୁଣ ସାହୁ ସିବିଆଇରେ ହାଜର ହେବା ଲାଗି ନୋଟିସ୍ ହୋଇଥିଲା। କିନ୍ତୁ ହାଜର ନହେବାରୁ ସିବିଆଇ ପକ୍ଷରୁ ତାଙ୍କୁ ପୁଣି ଥରେ ସମନ କରାଯିବ ବୋଲି ତଦନ୍ତକାରୀ ସଂସ୍ଥା ସୂତ୍ରରୁ ଜଣା ପଡୁଛି। ଅନ୍ୟପଟେ ମହାକାଳପଡ଼ା ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହ ସମ୍ପର୍କ ଥିବା ଚର୍ଚ୍ଚା ହୁଏ। ଏପରିକି ବିଧାୟକ ଅତନୁଙ୍କ ଜଣେ ସମ୍ପର୍କୀୟ ସିସୋର ସଂସ୍ଥା ସହ ଜଡ଼ିତ ଥିଲେ ବୋଲି ଆଲୋଚନା ହୁଏ।
ସରୋଜଙ୍କୁ ପୁଣି ଡାକିବ!
ପୂର୍ବରୁ ଚିଟଫଣ୍ଡ ଦୁର୍ନୀତିରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ଗିରଫ ହୋଇ ଜେଲ ଯାଇଥିଲେ। ସେହିପରି ନବଦିଗନ୍ତ ଚିଟଫଣ୍ଡ ଠକେଇରେ ମୟୂରଭଞ୍ଜ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଜେଲ ଯାଇଛନ୍ତି। ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ଏବଂ ବିଜେଡିର ପୂର୍ବତନ ବିଧାୟକ ସୁବର୍ଣ ନାଏକଙ୍କୁ ଜେଲ ଯିବାକୁ ପଡିଥିଲା। ଏପରିକି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପୂର୍ବତନ ସ୍ୱୀକୃତିପ୍ରାପ୍ତ ଦସ୍ତଖତକାରୀ ସରୋଜ ସାହୁଙ୍କୁ ଦୁଇ ଥର ସିବିଆଇ ଜେରା କରିଥିଲା। ସେପଟେ ବିଜେଡି ପ୍ରତି ନରମ ମନୋଭବ ପୋଷଣ କରୁଥିବା ପ୍ରଧାନମନ୍ତ୍ରୀ ଦୁର୍ନୀତିଗ୍ରସ୍ତଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ବଲାଙ୍ଗିରରେ କହିଥିଲେ। ମୋଦିଙ୍କ ଗତ 15 ତାରିଖର ଭାଷଣର ଝଲକ ବିଜେଡି ଶିବରରେ କମ୍ପନ ସୃଷ୍ଟି କଲାଣି।
ପଢ଼ନ୍ତୁ
ପରମାଣୁ ବୋମା ପରୀକ୍ଷା କରାଇଥିବା ଜିଆଣ୍ଟ କିଲର୍ ଜର୍ଜ ଫର୍ଣ୍ଣାଡିସଙ୍କ ଦେହାନ୍ତ