ବାଣୀବିହାର ଗ୍ରେଡ୍ ରିଟର୍ଣ୍ଣସ୍। ୭ ବର୍ଷ ପରେ ଉତ୍କଳକୁ ଫେରିଛି, ପୁରୁଣା ଟ୍ୟାଗ୍। ପୁଣି ଥରେ ଗୌରବ ଫେରିପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ ବା ନାକ୍ ଟିମଠୁ ଭିକ୍ଟ୍ରୀ ଆଚିଭ୍ କରିଛି ଉତ୍କଳ ୟୁନିଭରସିଟି। ପୁର୍ବ ସର୍ଭେକୁ ଟାର୍ଗେଟ କରି ପୁଣି ଥରେ ନିଜ ଉତ୍କର୍ଷତାର ପ୍ରମାଣ ଦେଇଛି। ଯାହାକୁ ନେଇ କଲେଜ କର୍ତ୍ତୁପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ।
୨୦୧୬ର ଆଚିଭମେଣ୍ଟକୁ ରିପିଟ କରିବାରେ ସକ୍ସେସ୍ ହୋଇଛି। ୭ ବର୍ଷ ତଳର ପୁରୁଣା ରେକର୍ଡ ଫେରି ପାଇବା ପାରେ ଖୁସି ମନୋଉଛି ବାଣୀବିହାର କ୍ୟାମ୍ପସ। ପୁର୍ବରୁ ଗ୍ରେଡ ଖସିବା ନେଇ ତେଜିଥିବା ଅସନ୍ତୋଷ ଫଳରେ ସମାଲୋଚନା ପରିସରକୁ ଆସିଥିଲା। ୨୦୧୬ରେ ୩ ପଏଣ୍ଟ ୫୩ ସ୍କୋର୍ ରଖି ଏ ପ୍ଲସ ଗ୍ରେଡ ମାନ୍ୟତା ହାସଲ କରିଥିଲା।ମାତ୍ର ୨୦୨୩ ଏପ୍ରିଲରେ ହୋଇଥିବା କ୍ୟାମ୍ପସ ଭିଜିଟରେ ଏ ପୋଜିସନ୍ ତଳକୁ ଖସିଯାଇଥିଲା। ଏପିଏସ୍ ଯୂନିଭରସିଟିର ଭିସି ପ୍ରଫେସର ଆର ଏମ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୧୯ ରୁ ୨୧ ମଧ୍ୟରେ ହୋଇଥିବା ସର୍ଭେରେ ୩ ପଏଣ୍ଟ ୧୬ ସ୍କୋର୍ ରଖିଥିଲା। ୨୦୧୬ରେ ଏ+ ଗ୍ରେଡ ପାଇଥିବା ୟୁନିଭରସିଟି ଉପରକୁ ଉଠିବା ପରିବର୍ତ୍ତେ ତଳକୁ ଖସି ଏ ଗ୍ରେଡ ରଖିଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ବିଶ୍ୱବିଦ୍ୟାଳୟର ଗ୍ରେଡ ହ୍ରାସକୁ କଲେକ କର୍ତ୍ତୁପକ୍ଷ ଗ୍ରହଣ ନ କରି ପୁନଃ ଯାଞ୍ଚ ପାଇଁ ଆପ୍ଲାଏ କରିଥିଲେ ।
ସେପ୍ଟେମ୍ବର ୨୬ ରୁ ୨୮ ଯାଏଁ ପୁଣିଥରେ ଯାଞ୍ଚ କରିଥିଲା ନାକ୍ ଟିମ୍। ୟୁନିଭରସିଟିର ବିଭିନ୍ନ ଡିପାର୍ଟମେଣ୍ଟ ଭିଜିଟ ସହ ଲାଇବ୍ରେରୀ,କ୍ରୀଡା ଭିତ୍ତିଭୁମି ଆଦି ଯାଞ୍ଚ କରିବା ପରେ ଉତ୍କଳ ୟୁନିଭରସିଟିକୁ ଏ+ ଗ୍ରେଡ ମିଳିଛି ।
ପାଠ୍ୟକ୍ରମ ପାଇଁ ୩.୫୭ ଗ୍ରେଡ ପଏଣ୍ଟ
ଟେକ୍ନିକାଲ ଲର୍ଣ୍ଣିଂ ଆଣ୍ଡ ଇଭାଲ୍ୟୁଏସନ୍ କ୍ଷେତ୍ରରେ ୩.୩୩ ପଏଣ୍ଟ
ରିସର୍ଚ୍ଚ ଇଭାଲ୍ୟୁଏସନ୍ ଆଣ୍ଡ ଏକ୍ସେନସନ୍ କ୍ଷେତ୍ରରେ ୩.୧୫ ପଏଣ୍ଟ
ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ଲର୍ଣ୍ଣିଂ ରିସୋର୍ସେସ୍ କ୍ଷେତ୍ରରେ ୩.୬୫ ପଏଣ୍ଟ
ଛାତ୍ର ସମର୍ଥନ ଓ ପ୍ରଗତିରେ ୩.୧୧ ପଏଣ୍ଟ
ଶାସନ ନେତୃତ୍ୱ ଓ ପରିଚାଳନା ରେ ୨.୬୨ ପଏଣ୍ଟ ସହ
ଆନୁଷ୍ଠାନିକ ମୁଲ୍ୟ ଓ ଅଭ୍ୟାସ କ୍ଷେତ୍ରରେ ୩.୩୭ ଗ୍ରେଡ ପଏଣ୍ଟ ହାସଲ କରି ୩.୨୬ ସ୍କୋର୍ ସହ ଉତ୍କଳ ୟୁନିଭରସିଟିକୁ ଏ+ ମାନ୍ୟତା ମିଳିଛି। ପୂର୍ବ ଗ୍ରେଡ ରିଟର୍ଣ୍ଣ କରିଥିବାରୁ କର୍ତୁପକ୍ଷ ଓ ଛାତ୍ରଛାତ୍ରୀ ବେଶ୍ ଖୁସି ଅଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା