କୋହଲିଙ୍କ ଫାଷ୍ଟେଷ୍ଟ୍ ୧୦ହଜାର ରନ୍ : ୧୦ହଜାର ରନ୍ କ୍ଲବରେ ସାମିଲ ହେବାକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହେବା ଜରୁରୀ!

୧୮ଅଗଷ୍ଟ ୨୦୦୮ରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିବା୧୯ବର୍ଷର ଯୁବକ, ୨୦୧୮ ବେଳକୁ ଓ୍ୱାନଡେ୍ କ୍ରିକେଟରେ ବିଶ୍ୱର ଦ୍ରୁତତମ ୧୦ହଜାର ରନ୍ କରିଛନ୍ତି। ଏହାସହ ଟେଷ୍ଟ, ଓ୍ୱାନଡେ୍ ଏବଂ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ସେହି ୨୯ବର୍ଷୀୟ ଖେଳାଳି ବିରାଟ କୋହଲି। ଯେବେ ବି ତାଙ୍କ ବ୍ୟାଟ୍ ଉଠୁଛି ବିଶ୍ୱ ରେକର୍ଡ ପ୍ରତିଷ୍ଠା ହେଉଛି। ୨୪ଅକ୍ଟୋବର ୨୦୧୮ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳି ବିଶାପାଟଣାରେ ୧୫୭ରନ୍ କରି ଓ୍ୱାନଡେରେ ୩୭ତମ ଶତକ ମାରି ୧୦ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି। ତେନ୍ଦୁଲକରଙ୍କ ରେର୍କଡ ଭାଙ୍ଗିବା ସହ ବିଶ୍ୱର ତ୍ରୟୋଦଶ ବ୍ୟାଟସମ୍ୟାନ୍ ଭାବେ ୧୦ହଜାର ରନ୍ କରିଛନ୍ତି କୋହଲି। ଏହାପୂର୍ବରୁ ଭାରତ ସଚିନ ତେନ୍ଦୁଲକର, ଗାଙ୍ଗୁଲି, ଦ୍ରାବିଡ ଏବଂ ଧୋନି ୧୦ହଜାର କ୍ଲବରେ ସାମିଲ ହୋଇଥିଲେ। କିନ୍ତୁ ୧୦ହଜାର ରନ୍ କରିବାରେ କୋହଲି ହେଉଛନ୍ତି ବିଶ୍ୱର ନମ୍ବର୧ ବ୍ୟାଟସମ୍ୟାନ୍। କାରଣ ୧୦ ହଜାର ରନ୍ କରିବା ଲାଗି ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ୨୫୯ଟି ଇନିଂସ ଖେଳିବାକୁ ପଡିଥିଲା। ଆଉ ବିଶ୍ୱର ଅନ୍ୟ ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ୧୦ହଜାର ରନ୍ କ୍ଲବରେ ସାମିଲ ହେଲାବେଳକୁ ସର୍ବାଧିକ ସେଞ୍ଚୁରୀ ଅର୍ଥାତ ୩୭ଟି ଶତକ ମାରିଛନ୍ତି କୋହଲି।
There is no stopping this fella @imVkohli, whaddaplayaaa 🔥🔥 pic.twitter.com/4Hkt55TsHF
— BCCI (@BCCI) October 24, 2018
ଫାଷ୍ଟେଷ୍ଟ୍ ୧୦ହଜାର ରନ୍
ଖେଳାଳି ଇନିଂସ
ବିରାଟ କୋହଲି ୨୦୫
ସଚିନ ତେନ୍ଦୁଲକର ୨୫୯
ସୌରଭ ଗାଙ୍ଗୁଲି ୨୬୩
ରିକ୍ ପଣ୍ଟିଂ ୨୬୬
ଜ୍ୟାକ୍ କାଲିସ୍ ୨୭୨
ଏମ୍.ଏସ୍.ଧୋନି ୨୭୩ରନ୍ ମେସିନ୍ କୋହଲି ଗତ ୧୪ ଇନିଂସରୁ ୭ଟି ଶତକ ହାସଲ କରିଛନ୍ତି। ସେହିପରି ଗତ ୧୧ଟି ମ୍ୟାଚରୁ ୧ହଜାର ରନ୍ କରିଛନ୍ତି, ଯାହା ମଧ୍ୟରେ ୫ଟି ଶତକ ହାସଲ କରିଛନ୍ତି। ତେବେ ୧୦ହଜାର ରନ୍ କ୍ଲବରେ ପୂର୍ବରୁ ସାମିଲ ହୋଇଥିବା ୪ଜଣ ବ୍ୟାଟସମ୍ୟାନ୍ ସମସ୍ତେ ଭାରତୀୟ ଦଳର ଏକଦା ଅଧିନାୟକ ଥିଲେ। ଆଉ କୋହଲି ମଧ୍ୟ ୧୦ହଜାର ରନ୍ କ୍ଲବରେ ସାମିଲ ହେଲା ବେଳକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ଅଛନ୍ତି।
କୋହଲିଙ୍କ ଫାଷ୍ଟେଷ୍ଟ୍ ୧୦ହଜାର ରନ ପାଇଁ
ଇନିଂସ-୨୦୫
ମ୍ୟାଚ-୨୧୩
ବଲ୍-୧୦,୮୧୩
ସେଞ୍ଚୁରୀ-୩୭
ସମୟ-୧୦ବର୍ଷ ୬୭ଦିନ
ଏଥିସହ ପଢନ୍ତୁ-୧୯୮୩ ଓ୍ୱାର୍ଲଡ କପ୍ ଟିମ୍ ଅଲରାଉଣ୍ଡର କୀର୍ତ୍ତିଙ୍କୁ କାଉଣ୍ଟର୍ କରିବେ ଧୋନି-ଗମ୍ଭୀର !
Connect With Us