ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ। ରାଜ୍ୟ ସରକାର ଓ ଆବେଦନକାରୀଙ୍କ ମାମଲା ରଦ୍ଦ କରିବା ସହ ଉଭୟ ପକ୍ଷଙ୍କ ଉପରେ ଜରିମାନା। କୋର୍ଟଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏହି ପ୍ରକଳ୍ପ କାମ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ନିଜ ନ୍ୟସ୍ତ ସ୍ୱାର୍ଥ ପାଇଁ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୁପ୍ରିମକୋର୍ଟ ମତ ରଖିଛନ୍ତି।

ଆବେଦନକାରୀଙ୍କୁ ଜରିମାନା
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନକୁ ବିରୋଧ କରି ଆବେଦନକାରୀସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ହୋଇଥିବା ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ପାଇଁ ସୁମନ୍ତଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଅର୍ଦ୍ଧେନ୍ଦୁଙ୍କ ଓକିଲ ନଚିକେତା ଯୋଶୀ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଜୁନ୍ ୨  ତାରିଖରେରେ ମାମଲାର ଶୁଣାଣି କରି  ରାୟ ସଂରକ୍ଷିତ ରଖିଥିଲେ।ଏ ମାଢ଼ଲାର ଶୁଣାଣି ପରେ ଉଭୟ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା  କରାଯାଇଛି।

ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସ

ପରିକ୍ରମା ପ୍ରକଳ୍ପ ନାଁରେ ଶ୍ରୀମନ୍ଦିରର ଶହେ ମିଟର ପରିଧୀ ମଧ୍ୟରେ ଚାଲିଥିବା ବେଆଇନ ନିର୍ମାଣ କାମ ଓ ଖନନ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି ବୋଲି ଦୁଇ ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ। ଏପରିକି ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସେମାନେ ଉଲ୍ଲେଖ କରିଥିଲେ। ଏହି ନିର୍ମାଣ ଉପରେ ରୋକ ଲଗାଇବା ଲାଗି ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ତାହା ହୋଇପାରିନଥିଲା।  ଏଥିନିମନ୍ତେ ଦୁହେଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଶେଷରେ ନିରାଶ ହୋଇଛନ୍ତି। ବର୍ତ୍ତମାନ ଏଏସ୍‌ଆଇ ଓ ଅନ୍ୟ ଏଜେନ୍ସି ସହ ମିଶି ରାଜ୍ୟ ସରକାର ଏହି ପ୍ରକଳ୍ପ କାମ କରୁଥିବା ନେଇ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ରାୟ ସେମାନଙ୍କ ସପକ୍ଷରେ ଯାଇଛି।