କେବେ ଷ୍ଟେସନରେ ଗୀତ ଗାଇ ଲୋକଙ୍କୁ ପଇସା ମାଗୁଥିବା ରାନୁ ମଣ୍ଡଳ,ଏବେ ବଲିଉଡ୍ ସିଙ୍ଗର।ହିମେଶ ରେସମିୟାଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର’ ଫିଲ୍ମରେ ଗୀତ ଗାଇଛନ୍ତି।ଏହି ଫିଲ୍ମର ଏବେ ଦୁଇଟି ଗୀତ ରିଲଜ୍ ହୋଇଛି।ଦୁଇ ମାସ ପୁର୍ବରୁ ‘ତେରି ମେରି କାହାନି ’ଗୀତ ଆସିଥିଲା ‘ଆସିକ୍ ମେ ତେରି’ ଗୀତ ରିଲିଜ୍ ହୋଇଛି।ଯେତେବେଳେଏହି ମ୍ୟୁଜିକ ରିଲଜ୍ ହୋଇଥିଲା,ଲୋକମାନଙ୍କ ଗୀତଟି ଶୁଣି ଦିବାନା ହୋଇ ଯାଇଥିଲେ।ରାନୁ ମଣ୍ଡଳଙ୍କ କଣ୍ଠରୁ ଆଉ ଏକ ଗୀତ ଶୁଣିବାକୁ ଅପେକ୍ଷାରେ ରହିଥିଲେ। କିନ୍ତୁ ‘ହାପି ହାର୍ଡି ଆଣ୍ଡ ହୀର’ ଗୀତଟିକୁ ପୁରା ଶୁଣିବା ପରେ ଶ୍ରୋତା ନିଶ୍ଟିତ ନିରାଶ ହୋଇଥିବେ। ଲାଗୁଛି ହିମେଶ,ରାନୁଙ୍କ ସହ ଧୋକା କରିଛନ୍ତି।

୩ ମିନିଟ୍ ୩୮ସେକେଣ୍ଡର ଗୀତରେ ରାନୁ ମଣ୍ଡଳଙ୍କ ସ୍ୱର ଯେମିତି ନଥିବା ପରି ଲାଗୁଛି। ଟ୍ରେଲର ଦେଖିଲାବେଳେ ରାନୁଙ୍କର ସ୍ୱର ଯେତିକି ଶୁଣା ଯାଉଥିଲା,ପୁରା ଗୀତରେ ମଧ୍ୟ କେବଳ ସେତିକି ସ୍ୱର ରହିଛି।ରାନୁ କେବଳ ‘ଆସିକ ମେ ତେରି,ଜାୟେଗି ଯା ମେରି’ ଏତିକି ଗାଇଛନ୍ତି,ମଝିରେ ମଝିରେ ଆ,ଆ,ଆ ଗାଉଛନ୍ତି।ଯାହା ଭଲ ଭାବରେ ଶୁଣାଯାଉନି।

https://www.instagram.com/p/B16GjPEjxCT/

କୋଲକତାର ହାଓ୍ୱାଡା ଷ୍ଟେସନରେ ଭିକ୍ଷା କରୁଥିବା ରାନୁ ମଣ୍ଡଳଙ୍କ ଗୀତ ଗାଇବା ଯେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହା ପରେ ରାନୁ,ମୁମ୍ବାଇ ଯାଇଥିଲେ।ଅନେକ ରିୟାଲିଟ୍ ସୋରେ ବେଶ ଲୋକପ୍ରିୟତା ସାଉଣ୍ଟି ଥିଲେ ରାନୁ।ହିମେଶ ରେସମିୟା ନିଜର ଫିଲ୍ମରେ ରାନୁଙ୍କୁ ଗାଇବାକୁ ସୁଯୋଗ ଦେଇଥିଲେ।ଏମିତିକି ହିମେଶଙ୍କ ଇଂଷ୍ଟାଗ୍ରାମରେ ରାନୁଙ୍କ ଗୀତର ରେକଡିଂ ବେଶ ସେୟାର ହୋଇଥିଲା। ରାନୁ ମଣ୍ଡଳ,ରାତାରାତି ଷ୍ଟାର ବନି ଯାଇଥିଲେ। ରାନୁଙ୍କ ଅ..ଅ…ଅ….ଗୀତ ଶୁଣିବାକୁ ମିଳୁଥିଲାଏମିତିକି ରାନୁଙ୍କ ସହ ସବୁ ଗୀତରେ,ହିମେଶ ଗୋଟେ ଗୋଟେ ଲାଇନ ଗାଇଥିଲେ ଯାହା ଭାଇରାଲ ହୋଇଥିଲେ। ହିମେଶଙ୍କୁ ବହୁତ ପ୍ରସଂସା କରାଗଲା।କୁହାଗଲା କି ହିମେଶ ଜଣେ ଟ୍ୟାଲେଣ୍ଟ ଥିବା ଲୋକଙ୍କୁ ସୁଯୋଗ ଦେଇଛନ୍ତି।
ଏବେ ‘ହାପି ହାର୍ଡି ଆଣ୍ଡ ହୀର’ ଗୀତଟି ଶୁଣିବା ପରେ ଯେମିତି ଲାଗୁଛି ରାନୁଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ଦେବାରେ ହିମେସଙ୍କ ସ୍ୱାର୍ଥ ରହିଛି।ନିଜର ଟିଆରପି ବଢ଼ାଇବା ସହ ନିଜ ଫିଲ୍ମର ପ୍ରମୋସନ କରିବାକୁ ହିମେଶ ଚାହୁଁଥିଲେ। ବାକି ରହିଲା ରାନୁଙ୍କ ଆଗାମୀ ଗୀତ ’ଆଦାନ‘। ଶ୍ରୋତା ପୁଣି ନିରାଶ ହେବେ,ନା ରାନୁଙ୍କୁ ପୂରା ଗୀତ ବୋଲିବାକୁ ସୁଯୋଗ ମିଳିବ!