କଳିର ମଞ୍ଜି କୋଟିଆ:ନବୀନ-ଜଗନଙ୍କ ବନ୍ଧୁତାରେ ଫାଟ

କୋଟିଆ ପ୍ରସଙ୍ଗରେ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।ଗତ ନଭେମ୍ବର ରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବା ପରେ ଏ ବିବାଦ ଥମିଥିଲା।ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ପରେ ସୀମାବିବାଦକୁ ନେଇ ଆନ୍ଧ୍ରର ଦାଦାଗିରିରେ ପୁର୍ଣ୍ଣଛେଦ ପଡିଥିଲା।ଉଭୟ ରାଜ୍ୟର ପ୍ରଶାସନୀକ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଥିଲେ।ମାତ୍ର ପୁଣିଥରେ ଆନ୍ଧ୍ର ପ୍ରତିଶ୍ରୁତି ଭାଙ୍ଗି ନେରିଡିବାଲସା ଗ୍ରାମକୁ ସଂଯୋଗ କରୁଥିବା ୧୧ କିମି ରାସ୍ତା ନିର୍ମାଣ କାର୍ଯ୍ୟ ଓଡ଼ିଶା ପକ୍ଷରୁ ଚାଲିଥିବା ସୀମାନ୍ତ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଓଡିଶା ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛି।କୋଟିଆ ପଞ୍ଚାୟତ ଦାୟିତ୍ଵରେ ଥିବା ଆନ୍ଧ୍ର ପୋଲିସ ସିଆଇ ରୋହିନି ପାଥ୍ ଏବଂ ସାଲୁର ରୁରାଲ ସିଆଇ ଜଗଦିଶ ନାଇଡୁଙ୍କ ସମେତ କେତେକ ପୋଲିସ କର୍ମଚାରୀ ପହଞ୍ଚି ଧୂଳିପଦର ଗ୍ରାମ ନିକଟରେ ଚାଲିଥିବା ରାସ୍ତା କାମକୁ ବନ୍ଦ କରିଥିଲେ। ତେବେ ଆନ୍ଧ୍ର ପୋଲିସ ପକ୍ଷରୁ ନାରେଡିବାଲସାରେ ଏକ ଚେକ ପୋଷ୍ଟ କରି ସମସ୍ତ ଗାଡ଼ି ମୋଟର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

ଆନ୍ଧ୍ରର ଯୋଜନା ପଣ୍ଡ!
ରାସ୍ତା କାର୍ଯ୍ୟରେ ନିୟୋଜିତ ୩ କର୍ମଚାରୀଙ୍କୁ ନେଇ ଅଟକ ରଖି କିଛି ସମୟ ପରେ ୨ ଜଣଙ୍କୁ ଛାଡ଼ି ଦେଇଥିଲେ।ଅନ୍ୟ ଜଣେ କର୍ମଚାରୀଙ୍କୁ ସାଲୁର ଥାନାକୁ ନେଇ ସେଠାରେ ଦୁଇ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଥିଲେ।କିଛିଦିନ ତଳେ ତଳଗଞ୍ଜେଇପଦର ଗ୍ରାମରେ ଆନ୍ଧ୍ର ପକ୍ଷରୁ ଚାଲିଥିବା ଅଙ୍ଗନୱାଡ଼ି ଗୃହ ନିର୍ମାଣ କାର୍ଯ୍ୟକୁ ଓଡିଶାର କୋରାପୁଟ ଜିଲା ପ୍ରଶାସନ ଗତ ୨୨ ତାରିଖରେ ବନ୍ଦ କରିଥିଲା। ଏହାପରଠାରୁ ଆନ୍ଧ୍ର ଓଡ଼ିଶାର କାର୍ଯ୍ୟକୁ ବନ୍ଦ କରିବା ନେଇ ଯୋଜନା ଚଳାଇଥିଲା।ଓଡିଶା ସରକାର ଆନ୍ଧ୍ରକୁ କଡା ଜବାବ ଦେବାସହ ସମସ୍ତ ଯୋଜନା ପଣ୍ଡ କରିଛନ୍ତି।
Connect With Us