ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଶୁଣାଣୀ ହୋଇଛି। ସେ କରିଥିବା ଆବେଦନକୁ ସୁରଟ ସେସନ୍ସ କୋର୍ଟ ଖାରଜ କରିଛନ୍ତି। ଗତ ମାର୍ଚ୍ଚ ୨୩ରେ ମୋଦୀ ସାଙ୍ଗିଆ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ। ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ରାହୁଲ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ଯାହାକୁ କୋର୍ଟ ଖାରଜ କରିଛନ୍ତି।

ମୋଦୀ ସାଙ୍ଗିଆ ପାଇଁ ବିବାଦରେ ରାହୁଲ ଗାନ୍ଧୀ
୨୦୧୯ ନିର୍ବାଚନ ସମୟରେ ଏପ୍ରିଲ ୧୩ ତାରିଖରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ମୋଦି ସାଙ୍ଗିଆକୁ ନେଇ ନେଇ  ବିବାଦ ସୃଷ୍ଟି କରିଥିଲେ। ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ କାହିଁକି  ସମାନ ଏବଂ ସମସ୍ତ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଥାଏ ବୋଲି ସେ ପ୍ରଶ୍ନ କରିଥିଲେ। ରାହୁଲଙ୍କ ଏହି ବୟାନ ବିରୋଧରେ ବିଜେପି ବିଧାୟକ ପୂଣ୍ଣେଶ ଇଶ୍ୱରଲାଲ ମୋଦୀ ମାନହାନି ମୋକଦ୍ଦମା ରୁଜୁ କରିଥିଲେ। ମୋଦୀ ସମୁଦାୟକୁ ରାହୁଲ ବଦନାମ କରିଥିବା ଅଭିଯୋଗରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଛି। ରାଳୁଲ ଗାନ୍ଧୀ ଏ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେବେ।