ଭାରତର ଉଚ୍ଚଶିକ୍ଷା ନିୟାମକ – ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଅଲ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ (AICTE) ଶୁକ୍ରବାର ଏକ ମିଳିତ ଆଲୋଚନା ମାଧ୍ୟମରେ ବଡ ନିଷ୍ପତ୍ତି ନେଇଛନ୍ତି। ଏକ ଘୋଷଣାନାମା ଜାରି କରି ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ପାକିସ୍ତାନର କୌଣଷି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ନାମ ନ ଲେଖାଇବାକୁ ନିବେଦନ କରିଛନ୍ତି। ପାକିସ୍ତାନରେ ଶିକ୍ଷାଲାଭ କଲେ ସେମାନଙ୍କୁ ଭାରତରେ ଚାକିରି କରିବାରୁ ବଞ୍ଚିତ ହେବାକୁ ପଡିବ।
ବିଦେଶ ଛାତ୍ରଛାତ୍ରୀଙ୍କୁ ଚାକିରି ମନା
ଦେଶର ଶିକ୍ଷା ବ୍ୟବସ୍ଥା ପ୍ରତି ବିମୁଖତା ପ୍ରକାଶ କରି ଅନ୍ୟ ଦେଶରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ କଠୋର ନୀତି ଅବଲମ୍ବନ କରାଯିବ। ଚୀନ ବିରୋଧରେ ଚେତାବନୀ ଦେବାକୁ ସେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଭିସା ପ୍ରଦାନ ନକରିବା ପଛରେ ମଧ୍ୟ ଏହି ଦୁଇ ଶିକ୍ଷା ସଂସ୍ଥା ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରତି ପାକିସ୍ତାନ ସବୁ ସମୟରେ ଶତୃତା ଆଚରଣ ପ୍ରଦର୍ଶନ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। UGC ଏବଂ AICTE ଭାରତୀୟ ଛାତ୍ରମାନଙ୍କୁ ପାକିସ୍ତାନୀ ଶିକ୍ଷାନୁଷ୍ଠାନକୁ ନ ଯିବାକୁ କହିଛନ୍ତି ଏବଂ ସେଠାରୁ ପ୍ରାପ୍ତ ଡିଗ୍ରୀ ଭାରତରେ ସ୍ୱୀକୃତି ପ୍ରାପ୍ତ ହେବ ନାହିଁ ବୋଲି ଚେତାବନୀ ଦେଇଛି।