କେଉଁଠି ରହିଛି ଭାରତର ଶେଷ ରାସ୍ତା?

ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛିl ଅନେକ ସ୍ଥାନକୁ ନେଇ ଭରି ରହିଥିବା,ତତ୍ତ୍ୱ ଓ ତଥ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏମିତି ଏକ ସ୍ଥାନ ହେଉଛି ଧନୁଶକୋଡ଼ିl ତାମିଲନାଡୁର ସମୁଦ୍ର କୂଳରେ ଏହି ସ୍ଥାନ ଅବସ୍ଥିତl ଏଠାରେ ଏକ ରାସ୍ତା ରହିଛି ଯାହାକୁ ଦେଶର ଶେଷ ରାସ୍ତା ବୋଲି କୁହାଯାଏl ଏହି ସ୍ଥାନରୁ ଶ୍ରୀଲଙ୍କା ମଧ୍ୟ ଦେଖାଯାଏl କାରଣ ଧନୁଶକୋଡ଼ିରୁ ଶ୍ରୀଲଙ୍କାର ଦୂରତା ମାତ୍ର ୨୪ କିଲୋମିଟରl ତାମିଲନାଡୁର ରାମେଶ୍ୱରମ ଠାରୁ ୧୮କିଲୋମିଟର ଆଗକୁ ଯିବା ପରେ ସମୁଦ୍ରରେ ଏକ ପତଳା ରାସ୍ତା ଯାଇଛିl ଯାହାକୁ ଧନୁଶକୋଡ଼ି ବୋଲି କୁହାଯାଉଛିl ଏହା ସହ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନ ଶ୍ରୀରାମ ଏଠାରେ ରାମ ସେତୁ ନିର୍ମାଣ କରିଥିବା ବିଶ୍ୱାସ କରାଯାଏl କୁହାଯାଏ ପ୍ରଭୁ ଶ୍ରୀରାମ ଏଠାରେ ନିଜ ଧନୁରେ ସେତୁ ଭାଙ୍ଗିଥିବାରୁ ଏହାର ନାମ ଧନୁଶକୋଡ଼ି ରଖାଯାଇଥିଲା

ଟ୍ରେନ୍ ନମ୍ବର ୬୫୩ ଓ ରାମସେତୁର ରହସ୍ୟ
ଦିନ ଥିଲା ଧନୁଶକୋଡ଼ି ଏକ ଗାଁ ଥିଲା ମାତ୍ର ଏବେ ଏହା ଭୂତକୋଠିରେ ପରିଣତ ହୋଇଥିବା ଲୋକକଥା ପାଲଟିଛିl ୧୯୧୪ ମସିହାରେ ଇଂରେଜ ମାନେ ଏହାକୁ ବନ୍ଦର ଭାବେ ବିକଶିତ କରିଥିଲେl ଯାହା ପର୍ଯ୍ୟଟକଙ୍କ ପାଇଁ ଜନଗହଳି ପୂର୍ଣ୍ଣ ସହର ପାଲଟିଯାଇଥିଲାl ୧୯୬୪ ମସିହାରେ ଆସିଥିବା ବାତ୍ୟା ଏହି ସ୍ଥାନକୁ ଧ୍ବଂସ କରି ରଖିଦେଇଥିଲାl ଏହି ବାତ୍ୟାରେ ଧନୁଶକୋଡ଼ିର ୧୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେl ଏଥିସହିତ ଅଞ୍ଚଳକୁ ଅଧିକ ଭୟାବହ କରିଥିଲା ଟ୍ରେନ୍ ଦୁର୍ଘଟଣା। ୧୯୬୪ ଜାନୁଆରୀ ୧୫ ରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ ମଧ୍ୟ ସମୁଦ୍ରରେ ବୁଡିଯାଇଥିଲାl ସେବେଠାରୁ ଏହି ସ୍ଥାନ ପୁରା ଶୂନଶାନ ହୋଇଯାଇ ଭୂତକୋଠି ପାଲଟିଛି।ଏପରିକି ରାତିହେଲେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଛିl
Connect With Us