୨୦୨୪ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ରଣନିତି। ଦେଶରେ ସରକାର ଗଢିଥିବା NDA ବିରୁଦ୍ଧରେ ଲଢିବା ପାଇଁ ଏକଜୁଟ ହେଲେଣି ବିରୋଧି।NDA ବିରୋଧରେ ହୋଇଥିବା ମେଣ୍ଟର ନାଁ UPA ରହିଥିଲା ବେଳେ ଏଥିରେ ପରିବର୍ତ୍ତନ ଅଣାଯାଇଛି। ୨୦୨୪ ନିର୍ବାଚନରେ NDA କୁ ଟକ୍କର ଦେବା ପାଇଁ ପାଟନା ପରେ ବାଙ୍ଗାଲୋରରେ ବିରୋଧୀ ଦଳଙ୍କ ବୈଠକ ଆୟୋଜିତ ହୋଇଛି। ବିରୋଧୀ ଦଳ ନିଜ ମହାମେଣ୍ଟର ନାଁ ରଖିଛନ୍ତି Indian National Democratic Inclusive Alliance (INDIA)
୨୬ ବନାମ ୩୦,ବାଙ୍ଗାଲୋରରେ INDIA ଦିଲ୍ଲୀରେ NDA
ବାଙ୍ଗାଲୋରରେ ଆୟୋଜିତ ବୈଠକରେ NDA କୁ ଟକ୍କର ଦେବା ପାଇଁ ବିରୋଧି ଏକାଠି ହୋଇଛନ୍ତି। NDA ସପକ୍ଷରେ ୩୦ଟି ଦଳ ରହିଥିଲା ବେଳେ ବିରୋଧି ମେଣ୍ଟରେ ରହିଛନ୍ତି ୨୬ ଟି ଦଳ। ୨୬ ଓ ୩୦ ର ଲଢେଇରେ ଏବେ ସାରା ଦେଶର ନଜର। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ ଏ ନେଇ କହିଛନ୍ତି ଯେ ୨୬ଟି ଦଳ ଏକଜୁଟ୍ ହୋଇ କାମ କରିବାକୁ ପ୍ରସ୍ତୁତ ଏଥିପାଇଁ ସେ ବହୁତ ଖୁସି।ବିଜେପିକୁ ଏକାକୀ ୩୦୩ ଆସନ ମିଳିନାହିଁ। ନିଜ ସହଯୋଗୀଙ୍କ ଜରିଆରେ ବିଜେପି କ୍ଷମତାକୁ ଆସିଛି ଏବଂ ସରକାର ଗଢିବା ପରେ ନିଜ ସହଯୋଗୀଙ୍କୁ ବିଦା କରିଛି। ବିରୋଧୀ ଯେଉଁଭଳି ଏକାଠି ହୋଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଲେଣି ତାହା ବିଜେପିକୁ ବିଚଳିତ କରିଛି ବୋଲି ସେ କହିଛନ୍ତି। ଏହି ମେଳିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଦୀଲ୍ଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ,ନିତିଷ କୁମାର, ଲାଲୁ ପ୍ରସାଦ ଯାଦବ, ଉଦ୍ଧବ ଠାକରେ ପ୍ରମୁଖ ସାମିଲ ହୋଇଛନ୍ତି। ଦିଲ୍ଲୀରେ NDA ସମର୍ଥକଙ୍କୁ ନେଇ ବୈଠକ ରଖିଛି। ୨୬ ବନାମ ୩୦ର ଲଢେଇର ମୋଡ଼ କ’ଣ ରହିବ ତା ଉପରେ ସାରା ଦେଶର ନଜର।
ଏ ଷ୍ଟୋରୀ ଲେଖିଛନ୍ତି- ରଶ୍ମିତା ବେହେରା