ଫୋକସରେ ଯୁବବର୍ଗ:ନିର୍ବାଚନ ପାଇଁ ଅସ୍ତ୍ର ନିଯୁକ୍ତି !

ଆଗକୁ ସାଧାରଣ ନିର୍ବାଚନ ଆସୁଛି। ସାଧାରଣ ନିର୍ବାଚନକୁ ଲକ୍ଷ କରି ବିଭିନ୍ନ ଦଳ ବିଭିନ୍ନ ପ୍ରକାରର ଗେମପ୍ଲାନ୍ କରୁଛନ୍ତି। ଆଗାମୀ ଦିନରେ ସିଟ୍ ହାସଲ କରିବାକୁ ରୋଡ଼ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ଦଳ। ଆସନ ହାତେଇ ଗାଦୀରେ ବସିବାକୁ ଏକରକମ ପ୍ରତୋଯୋଗୀତା ଆରମ୍ଭ ହୋଇସାରିଛି। ୟାରି ଭିତରେ ବିଶେଷତଃ ଯୁବ ବର୍ଗଙ୍କ ଭୋଟ୍ ହାତେଇବାକୁ କସରତ ଆରମ୍ଭ ହୋଇଯାଇଛି। ବିଭିନ୍ନ ରାଜ୍ୟରେ ନିଯୁକ୍ତି ଉପରେ ଫୋକସ୍ କରୁଛନ୍ତି ନେତାମନ୍ତ୍ରୀ। ଓଡ଼ିଶାରେ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଠିକା ଚାକିରୀକୁ ନିୟମିତ କରିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଳଟ୍ ମଧ୍ୟ ଏ ପନ୍ଥା ଆପଣେଇଛନ୍ତି। ୧୦୦୦୦ ଯୁବବର୍ଗଙ୍କୁ ଚାକିରୀ ଦବାର ବିଜ୍ଞାପନ ଆଣିଛନ୍ତି ଅଶୋକ ଗେହେଲଟ୍।ଆଗକୁ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିଲାବେଳେ ଗେହେଲଟଙ୍କ ଏ ନିଷ୍ପତ୍ତି ଭିନ୍ନ ଏକ ଦିଗକୁ ଇସାରା କରୁଛି।ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତିଧାରୀଙ୍କୁ ନିୟମିତ ଘୋଷଣା କରିବାର ପଦକ୍ଷେପ ନେଇଛନ୍ତି। ଆଗକୁ ଧାମନଗର ଉପନିର୍ବାଚନ ହେବାକୁ ଥିଲାବେଳେ ଏହା ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି।

କେନ୍ଦ୍ରଠୁ ରାଜ୍ୟ:ସବୁଠି ଯୁବ ଭୋଟରଙ୍କ ଉପରେ ନଜର
ଆଗକୁ ନିର୍ବାଚନ ଆସୁଛି। ସମସ୍ତଙ୍କ ଫୋକସ୍ ଏବେ ଭୋଟ୍ ଉପରେ। ନିର୍ବାଚନ ବୈତରଣୀ ପାର ହେବାକୁ ଆରମ୍ଭ ହେଇଗଲାଣି ଗେମ୍ ପ୍ଲାନ୍। ବିଭିନ୍ନ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳ ଓ ସରକାର ଗୋଟି ଚାଳନା ଆରମ୍ଭ କରିଦେଲେଣି। ବିଶେଷତଃ ଯୁବବର୍ଗଙ୍କ ଭୋଟ ହାତେଇବାକୁ ଏକରକମ ପ୍ରତିଯୋଗୀତା ଆରମ୍ଭ ହୋଇସାରିଛି। ବର୍ଷକୁ ଦୁଇକୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ ସରକାର ଗଢ଼ିଥିବା ମୋଦୀ ସରକାର ଏବେ ପୁଣି ତାଙ୍କ ପ୍ରତିଶ୍ରୁତିକୁ ମନେ ପକାଇଛନ୍ତି। ନିକଟରେ ୭୫୨୨୬ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ସେ ତାଙ୍କର ପ୍ରତିଶ୍ରୁତିର ପ୍ରଥା ଆରମ୍ଭ କରିଛନ୍ତି। ପୁଣିଥରେ ସେ ସେହି ନାରା ଆଣିଛନ୍ତି। ବିଭିନ୍ନ ରାଜ୍ୟରେ ମଧ୍ୟ ସରକାର ଗଢ଼ିଥିବା ଦଳ ନିଯୁକ୍ତିକୁ ଏବେ ଅସ୍ତ୍ର କରିଛନ୍ତି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନ ବୈତରଣୀକୁ ଆଖିରେ ରଖି ଏଭଳି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି।

ବିଶେଷତଃ ଆଗକୁ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି। ସେଠାରେ ବିଜେପି ପ୍ରାର୍ଥି ସୁରଜ ସୁର୍ଯ୍ୟବଂଶୀଙ୍କ ପାଇଁ ଅନୁକମ୍ପା ଭୋଟର ପ୍ରାବଲ୍ୟ ସାଙ୍ଗକୁ ବିଜେଡ଼ି ନେତା ରାଜୁଦାସଙ୍କ ସ୍ୱାଧିନ ପ୍ରାର୍ଥି ସାଜିବା ଘଟଣା ବିଜେଡ଼ି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଯିଛି। ଏହି ଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଧାମନଗରର ଯୁବବର୍ଗଙ୍କୁ ଆକୃଷ୍ଟ କରିବା ସହ ଆଗାମୀ ନିର୍ବାଚନ ପାଇଁ ଯୁବ ଭୋଟରଙ୍କୁ ଆକୃଷ୍ଟ କରି ଭୋଟ ହାତେଇବାକୁ ନବୀନ ପଟ୍ଟନାୟକ ଏଭଳି ଚାଲ୍ କରିଥାଇପାରନ୍ତି ବୋଲି ବିରୋଧୀ ମହଲରେ ଚର୍ଚ୍ଚା ହେଉଛି। ଯୁବବର୍ଗଙ୍କ ଭୋଟ୍ ହାତେଇବାକୁ ବିଭିନ୍ନ ଦଳ ନିଯୁକ୍ତିକୁ ଅସ୍ତ୍ର କରିଥାଇପାରନ୍ତି ବୋଲି ଅନୁମାନ କରଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us