ବଲିଉଡ୍ର ଲଭ୍ ଲାଇଫ୍ ଓ୍ୱାନ୍ ଇୟର

ବଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କୁ ଆଫେୟାର୍ସ ଓ ବୈବାହିକ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚା। ବହୁ କଳାକାର ନିଜର ସହ ବାନ୍ଧବୀଙ୍କୁ ବିବାହ କରିଛନ୍ତି । ମାତ୍ର ସେଭିତରୁ ଅନେକ ବିବାହ ବର୍ଷେରୁ ଅଧିକ ସମୟ ମଧ୍ୟ ତିଷ୍ଠି ପାରିନି । ଏବେ ଜାଣିବା ସେଭଳି କିଛି ସେଲିବ୍ରିଟିଙ୍କୁ ମାରିଟାଲ୍ ଲାଇଫ୍ ଉପରେ…
ମଲିକା ଶେରାୱତ
ବଲିଉଡର ସେକ୍ସି ଅଭିନେତ୍ରୀ ମଲିକା ଶେରାୱତ ବିବାହିତା। ମଲିକା ନିଜର ପୁରୁଷ ବନ୍ଧୁ କରନ ସିଂ ଗିଲଙ୍କୁବିବାହ କରିଥିଲେ । ବଲିଉଡକୁ ଆସିବା ପୂର୍ବରୁ ମଲିକାଙ୍କ ବିବାହ ହୋଇସାରିଥିଲା । କିନ୍ତୁ ମଲିକା ନିଜ ବିବାହ ଲୁଚାଇକି ରଖିଥିଲେ। ଅଭିନେତ୍ରୀ ହେବା ପାଇଁ ମଲିକା ପିଲା ବେଳୁ ସ୍ୱପ୍ନ ଦେଖିଥିଲେ, ଆଉ ଏହାକୁ ସାକର କରିବା ପାଇଁ ସେବିବାହର ବର୍ଷକମଧ୍ୟରେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ।
ମନିଷାକୋଇରାଲା
ଇଲୁ ଇଲୁ ଗର୍ଲ ମନିଷା କୋଇରାଲା । ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗରିଜା ପ୍ରସାଦ କୋଇରାଲାଙ୍କ ନାତୁଣୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଲା ନେପାଳ ରାଜ ପରିବାରର ଦହଲଙ୍କ ସହ । ନେପାଳ ରାଜା ତଥା ବିଜନେସ୍ ମ୍ୟାନ୍ ଦହଲଙ୍କୁ ବିବାହକଲେ ମନୀଷା । ୨୦୧୦ରେ କାଠମାଣ୍ଡୁରେ ଏହି ବିବାହ ସମ୍ପନ୍ନ ହାଇଥିଲା। କିନ୍ତୁ ସାତ ଜନ୍ମର ଏହିବନ୍ଧନକୁ ଉଭୟେ ବହୁ କଷ୍ଟରେ ମାତ୍ର ୨ବର୍ଷ ବିତାଇ ପାରିଲେ । ପରେମନୀଷା-ଦହଲଙ୍କ ବିବାହ ବିଚ୍ଛେଦ ହୋଇଥିଲା।
ବିପାଶା ବାସୁ
କରନ ସିଂ ଗ୍ରୋଭର ବିପାଶା ବାସୁଙ୍କୁ ବିବାହ କରି ଏବେ ଖୁସିରେ ଅଛନ୍ତି । ହେଲେ ୨୦୦୮ରେ କରନ୍ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ।ମାତ୍ର ୧୦ମାସ ମଧ୍ୟରେ ସେହି ବିବାହ, ଡିଭର୍ସର ରୂପ ନେଇଥିଲା । ଏହାପରେ କରନ୍, ଜେନିଫର୍ ୱିନଗେଟଙ୍କୁ ବିବାହ କରିଥିଲେ । ଏବେ ଜେନିଫରଙ୍କୁ ଛାଡ଼ି ବିପାଶା ସହ ଅଛନ୍ତି ।
ଦିବ୍ୟା ଭାରତୀ
ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଭାରତୀ, ସାଜିଦ ନାଡିଆୱାଲଙ୍କୁ ବିବାହ କରିଥିଲେ। ଶୋଲା ଓ ଶବନମର ଫିଲ୍ମ ସେଟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ୧୯୯୨ରେ ଏହି ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହାଇଥିଲେ । ଦୁହେଁ ଦୁହିଁଙ୍କୁ ବହୁତ ପ୍ରେମ କରୁଥିଲେ, ମାତ୍ର ଭାଗ୍ୟର ବିଡମ୍ବନା । ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ଦିବ୍ୟାଙ୍କ ମୃତ୍ୟୁ ହୋଇଥିଲା । ଦିବ୍ୟା ନିଜ ଘରର ଛାତ ଉପରୁ ପଡିଯାଇଥିଲେ, ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
Connect With Us