ଜଗତସିଂହପୁର ଶୀର୍ଷରେ: ଶେଷରେ ମାଲକାନଗିରି

ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ।ଚଳିତ ବର୍ଷ ମୋଟ୍ ୫ଲକ୍ଷ ୧୬ ହଜାର ୪୨୬ ଜଣ ପିଲା ପାସ୍ କରିଛନ୍ତି। ପାସ୍ ହାରରେ ଛାତ୍ରୀ ଆଗରେ ରହିଛନ୍ତି। ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କର ପାସ୍ ହାର ୯୭.୦୫ ପ୍ରତିଶତ ରହିଛି। ତୁଳନାତ୍ମକ ଭାବେ ଛାତ୍ରଙ୍କ ପାସ୍ ହାର ୯୫.୭୫ ପ୍ରତିଶତ ଅଛି ।

ଜଗତସିଂହପୁର ସବୁଠୁ ଆଗରେ
ଜଗତସିଂହପୁରରେ ମାଟ୍ରିକ୍ ରେଜଲ୍ଟ ପାସ୍ ହାର ସର୍ବାଧିକ ରହିଛି। ସେ ଜିଲ୍ଲାରେ ସର୍ବାଧିକ ୯୭.୯୯ ପ୍ରତିଶତ ରହିଛି। ମାଲକାନଗିରିରେ ସର୍ବନିମ୍ନ ପାସ ହାର ରହିଛି। ୯୨.୬୮ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ଶିକ୍ଷାମନ୍ତ୍ରୀ ଭାବେ ପ୍ରମିଳା ମଲ୍ଲିକ ରେଜଲ୍ଟ ବୁକ୍ ଉନ୍ମୋଚନ କରିଛନ୍ତି।କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି।ଚଳିତ ବର୍ଷ ସମୁଦାୟ ୫,୧୬,୪୩୫ ଛାତ୍ରଛାତ୍ରୀ ମାଟ୍ରିକ ରେଗୁଲାର ପରୀକ୍ଷା ଦେଇଥିବା ବେଳେ ୫,୦୮୪୦୪ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ A-1ରେ ୪,୧୫୮ ପିଲା ଥିବା ବେଳେ A2ରେ ୨୯, ୮୩୮, B1ରେ ୭୭,୫୬୭, B2ରେ ୧,୧୮,୭୫୦, Cରେ ୧,୨୧,୬୧୧ ଜଣ ଥିବା ବେଳେ Dରେ ୯୫,୦୦୬, Eରେ ୬୧,୪୭୪, Fରେ ୭୬୪୫ ଜଣ ରହିଛନ୍ତି।
Connect With Us