Bartaman Odisha
    • Home
    • ଖବର
    • କ୍ରୀଡ଼ା
    • ଫିଲ୍ମ
    • ଯୋଗାଯୋଗ
    • Facebook
    • Twitter
    • YouTube
  • NEWS
  • POLITICS
  • SPORTS
  • FILM
  • NEWS
  • POLITICS
  • SPORTS
  • FILM
  • Home
  • ଖବର
  • କ୍ରୀଡ଼ା
  • ଫିଲ୍ମ
  • ଯୋଗାଯୋଗ
  • Facebook
  • Twitter
  • YouTube
ନ୍ୟୁଜ୍

ଇଂରେଜ କମାଣ୍ଡରଙ୍କ ମୁଣ୍ଡ କାଟି ଗଛରେ ଝୁଲାଇଥିବା ବୀର;ମାଧୋ ସିଂହ

December 31, 2022

ନିଜ ମା ମଟିର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ଚିଠା ଓଡ଼ିଶାରେ କିଛିକମ୍ ନୁହେଁ। ଏ ମାଟି ରେ ହିଁ ରହିଛି ଦେଶର ସର୍ବକନିଷ୍ଠ ସଂଗ୍ରାମୀ ବାଜି ରାଉତଙ୍କ ଚିତା,ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମୀ ଜୟୀରାଜଗୁରୁଙ୍କ ଜୟ ଏବଂ ତା ସହିତ ସୁବାଷ ବୋଷଙ୍କ ଭଳି ସ୍ୱାଧୀନଚେତା ସଂଗ୍ରାମୀଙ୍କ ପରିଚୟ। ଦେଶରେ ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେବା ପୁର୍ବରୁ ଓଡ଼ିଶାରେ ଜଳିଥିଲା ଆନ୍ଦୋଳନର ବହ୍ନି। ଏ ମାଟି ଲହୁଲୁହ,ମୁକ୍ତିବିମୁକ୍ତି,ଯୁକ୍ତିସୁକ୍ତିର ନିଆାରା ସ୍ତୁତି। ରାଜ୍ୟକୁ ସ୍ୱାଧିନତାର ମାଟିରେ ଭିଜାଇଥିବା ସେହି ସଂଗ୍ରାମୀ ଆଜି ଅତୀତ ଓ ଇତିହାସ। ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ବଳିଦାନ ଦେଇଛନ୍ତି। ଯାହାଙ୍କପାଇଁ ଏ ମାଟି ବୀରତା ଦିବସ ପାଳୁଛି। ତା ମଧ୍ୟରୁ ଏମିତି କିଛି ସଂଗ୍ରାମୀ ବି ଅଛନ୍ତି ଯିଏ ଆଜି ବି ସ୍ୱାଧିନତା ସଂଗ୍ରାମର  ଇତିହାସ କି ଓଡ଼ିଶା ଇତିହାସ ପୃଷ୍ଠାରେ ସ୍ଥାନ ପାଇନାହାନ୍ତି।

୪୭ ବର୍ଷ ଧରି ରାଜନୈତିକ ବନ୍ଦୀ,ତଥାପି ଅଲୋଡ଼ା
ହୀରାଖଣ୍ଡ ଅର୍ଥାତ୍ ସମ୍ବଲପୁରର ସୁରେନ୍ଦ୍ର ସାଏଙ୍କୁ ତ ସମସ୍ତେ ଜାଣନ୍ତି। ମାତ୍ର ତାଙ୍କଠୁ ବି ଅଧିକ ୧୦ ବର୍ଷ କାରାବରଣ କରିଥିବା ସଂଗ୍ରାମୀ ଭାଇ ଉଦନ୍ତ ସାଏ ଇତିହାସ ପାଇଁ ଅଲୋଡ଼ା। ଖିଣ୍ଡାରୁ ଖଣ୍ଡା ଉଠାଇଥିବା ଉଦନ୍ତ ଇଂରେଜ ବିରୋଧି ସଂଗ୍ରାମ ପାଇଁ ଅନେକ କଷ୍ଟ ସହିଛନ୍ତି। ୮୨ ବର୍ଷର ଜୀବନକାଳ ଭିତରେ  ବିଭିନ୍ନ ପର୍ଯ୍ୟାୟରେ ସେ ୪୭ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି। ଦେଶରେ ଏତେ ସମୟ କାହାକୁ ବି ଜେଲ୍ ଦଣ୍ଡ ଦିଆଯାଇ ନାହିଁ। ୧୮୧୭ରୁ ୧୮୪୦ ଯାଏଁ ଇଂରେଜ ବିରୁଦ୍ଧରେ ଲଢିଲା ପରେ ହଜାରୀବାଗ ଜେଲରେ ସଜା କାଟିଥିଲେ ସୁରେନ୍ଦ୍ର ସାଏ ଓ ଉଦନ୍ତ ସାଏ। ୧୮୫୭ରେ ମୁକ୍ତି ପାଇବା ପରେ ବି ସଂଗ୍ରାମରେ ବିରାମ ଦେଇ ନଥିଲେ। ସଂଗ୍ରାମରେ ବିଫଳ ହୋଇ ସନ୍ଧି କରି ୧୮୬୪ ଜାନୁୟାରୀ ୨୨ରେ ଷଡଯନ୍ତ୍ରରେ ସାଏ ପରିବାରକୁ ଗିରଫ କରି ରାୟପୁରରେ ବନ୍ଦୀ କରାଯାଇଥିଲା। ସୁରେନ୍ଦ୍ର ସାଏଙ୍କ ସମେତ ତାଙ୍କ ଭାଇ ଉଦନ୍ତ,ଧ୍ରୁବ,ମେଦିନି,ପୁଅ ମିତ୍ରଭାନୁଙ୍କ ହାତରେ ହାତକଡି ପଡିଥିଲା। ଅସୀରଗଡ ଦୁର୍ଗରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୁରେନ୍ଦ୍ରସାଏ ଓ ମେଦିନି। ଅସୀରଗଡରେ ୨୮ ବର୍ଷ ୧୯୩ ଦିନ ବନ୍ଦୀ ଜୀବନ କଟାଇବା ପରେ ୧୮୯୪ ରେ  ଉଦନ୍ତସାଏଙ୍କର ର ମୃତ୍ୟୁ ହୋଇଥିଲା। ଏହା ସମେତ ହଜାରୀବାଗରେ ୧୭ ବର୍ଷ, ରାୟପୁର,ସମ୍ବଲପୁର ନାଗପୁରରେ ବର୍ଷେ ୧୩୬ ଦିନକୁ ମିଶାଇ  ସେ ସମୁଦାୟ ୪୭ ବର୍ଷ ବନ୍ଦୀ ଜୀବନ କାଟି ବିଶ୍ୱର ସବୁଠୁ ଅଧିକ ସମୟ ରାଜନୈତିକ ବନ୍ଦୀ ଜୀବନ କଟାଇଥିଲେ ବି ତାଙ୍କୁ ଉପଯୁକ୍ତ ମାନ୍ୟତା ବା ଐତିହାସିକ ସ୍ୱୀକୃତି ମିଳିନି। ଯାହାକୁ ନେଇ ବିଭିନ୍ନ ମହଲରେ ଦାବୀ ଉଠୁଛି।

ଜୀବନଠୁ ସ୍ୱାଧିନତାକୁ ଅଧିକ ଭଲ ପାଉଥିଲେ ମାଧୋ ସିଂହ
ବରଗଡ ଜିଲ୍ଲା ଘେଁସର ମାଧୋ ସିଂ ଓ ତାଙ୍କ ପରିବାରର ମୁକ୍ତି ସଂଗ୍ରାମରେ ବୀରଗାଥା ଜାତୀୟ ଇତିହାସରେ ନିଆରା ଦୃଷ୍ଟାନ୍ତ। ଘେଁସରୁ ଆରମ୍ଭ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା ଏବଂ ଲୋକଙ୍କ ସୁରକ୍ଷା ସହ ଦେଶର ଅଖଣ୍ଡତା ପ୍ରତି ଏହି ବୀର ଶହୀଦଙ୍କ ଅସୀମ ତ୍ୟାଗ ସର୍ବଦା ପ୍ରେରଣା ଦାୟୀ। ମାଧୋ ସିଂ ହେଉଛନ୍ତି ଦେଶର ଏମିତି ଜଣେ ସଂଗ୍ରାମୀ ଯାହାର ସପରିବାର ଆନ୍ଦୋଳନରେ ଝାସ ଦେଇଥିଲେ। ସେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ସାଥି। ନିଜ ଜୀବନ ଅପେକ୍ଷା ସ୍ୱାଧିନତାକୁ ଭଲ ପାଉଥିବା ମାଧୋ ସିଂ,ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ। ବରଗଡ଼ ଜିଲ୍ଲାର ଘେଁସ ଜମିଦାର ମାଧୋ ସିଂଙ୍କ ସ୍ୱାଧିନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ତାଙ୍କ ୪ ପୁତ୍ର କୁଞ୍ଜଲ ସିଂ,  ହଟେ ସିଂ, ଐରୀ ସିଂ, ବୈରୀ ସିଂ ଏବଂ ଜ୍ଵାଇଁ ନାରାୟଣ ସିଂ ସହୀଦ ହୋଇଥିଲେ। ସେ ଥିଲେ ସିଙ୍ଗଡାଦୁର୍ଗର ସିଂହ। ସେତେବେଳେ ନାଗପୁରରୁ ସମ୍ବଲପୁର ଯାଉଥିବା ଗୋଳାବାରୁଦ ଓ  ସୈନ୍ୟଙ୍କୁ ନିପାତ କରିବାରେ ମାଧୋ ସିଂଙ୍କ ପରିବାର ଅଣ୍ଟା ଭିଡିଥିଲେ। ତତ୍କାଳୀନ ଇଂରେଜ ଶାସକଙ୍କର ଅନ୍ୟାୟରେ ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ବସାଇବା ବିରୁଦ୍ଧରେ ପ୍ରତିବାଦ କରି ଯେପରି ଭାବେ ନିର୍ବିକାର ଭାବରେ ସଂଗ୍ରାମ କରିଥିଲେ,ତାଙ୍କର ଅବଦାନ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଯେପରି ଅଦମ୍ୟ ସାହସ ଓ ବୀରତ୍ୱର ପରାକାଷ୍ଠା ଦେଖାଇ ଦୁର୍ଦ୍ଧାନ୍ତ ଭାବେ ଲଢିଥିଲେ, ତାହା ଆଜି ଦୀର୍ଘ ଦିନ ପରେ ଓଡିଶାର ସାଧାରଣ ଜନତାଙ୍କୁ ଉଦ୍‌ବେଳିତ କରୁଛି।

ବରଗଡ଼ର ବୀରପୁତ୍ର ମାଧୋସିଂହ
୧୮୫୭ ସିପାହୀ ବିଦ୍ରୋହ ସମୟରେ ଇଂରେଜ ଶାସନ ବିରୁଦ୍ଧରେ ଲଢିବା ପାଇଁ ଏକ କେନ୍ଦ୍ରୀୟ ନୀତି ପ୍ରସ୍ତୁତ କରିବା ପାଇଁ ସବୁ ଜମିଦାର ବୀର ସୁରେନ୍ଦ୍ର ସାଏଙ୍କ  ସହଯୋଗ କରି ସେ ଓ ତାଙ୍କ ପରିବାର ସହୀଦ ହୋଇଥିଲେ। ମାଧୋ ସିଂହ ସାଜିଥିଲେ କର୍ଣ୍ଣେଲଙ୍କ ଭୟର କାରଣ। ଉଡ୍ ବ୍ରିଜଙ୍କ ମୁଣ୍ଡ କାଟି ଗଛରେ ଝୁଲାଇଥିବା ବୀର ହେଉଛନ୍ତି ମାଧୋ ସିଂହ ।୧୮୫୮ ଡିସେମ୍ବର ୩୧ ରେ ଫାଶି ଖୁଣ୍ଟରେ ଚଢ଼ିଥିଲେ ମାଧୋ ସିଂହ। ସଂପ୍ରତି ଶହୀଦ୍ ମାଧୋ ସିଂଙ୍କ ଫାଶୀ ଦିବସକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ବୀରତା ଦିବସ ରୂପେ ପାଳନ କରାଯାଉଛି । ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳୁଥିଲା ବେଳେ ଆଶ୍ୱାସନାର ଗାଥା ଗାଉଛି ମାଧୋ ସିଂହଙ୍କ ପରିବାର। ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା  କ‘ଣ ଆମ ସମସ୍ତଙ୍କ ସାମୁହିକ କର୍ତ୍ତବ୍ୟ ନୁହେଁ?
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା

Continue reading
No Comments Tagged: Airi Singh, Haiti Singh, Kunjal Singh, Narayan Singh, Odisha, Odisha Freedom Fighter, Saheed Madho Singh, Udanta Sae, Veer Surendra Sai
ନ୍ୟୁଜ୍

ଆରପାରିରେ ମୋଦୀଙ୍କ ମା

December 30, 2022

ଆରପାରିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍। ପ୍ରଧାନମନ୍ତ୍ରୀଙ୍କ ମା ହୋଇ ସୁଦ୍ଧା ସରଳ ଜୀବନ ଯାପନ ଓ ସାଧାରଣ ଲୋକଙ୍କ ପରି ସମୟ କାଟିବା ପାଇଁ ସେ ବିଭିନ୍ନ ସମୟରେ ଚର୍ଚ୍ଚାରେ ଥିଲେ। ବିମୁଦ୍ରୀକରଣ ସମୟରେ ସାଧାରଣ ଲୋକଙ୍କ ପରି ଧାଡ଼ିରେ ରହି ଟଙ୍କା ବଦଳାଇବା, ମୋଦୀଙ୍କ ସହ ଭାବବିହ୍ୱଳର ସମୟ କଟାଇବାର ଭିଡ଼ିଓ ତାଙ୍କୁ ଅଧିକ ଚର୍ଚ୍ଚିତ କରିଥିଲା। ମୋଦୀଙ୍କ ସଫଳତା ପଛରେ ସେ ହିଁ ପ୍ରେରଣା ଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ସେ  ମେଡିକାଲରେ ଚିକିତ୍ସିତ ହେଉଥିଲେ। ୧୦୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ଟ୍ୱିଟ୍ କରି ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି।

शानदार शताब्दी का ईश्वर चरणों में विराम… मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है। pic.twitter.com/yE5xwRogJi

— Narendra Modi (@narendramodi) December 30, 2022

ଗୁରୁବାର ରାତିରେ ହୀରାବେନ୍ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଅହମଦାବାଦର ୟୁଏନ୍ ମେହଟା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଓଲୋଜି ଆଣ୍ଡ୍ ରିସର୍ଚ୍ଚ ‌ସେଣ୍ଟର‌‌ରେ ଭର୍ତ୍ତି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ତେବେ ହୀରାବେନଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ୍ ପକ୍ଷରୁ ବୁଲେଟିନ୍ ଜାରି କରାଯାଇଥିଲା। ମାତ୍ର ପରବର୍ତ୍ତି ମୂହୁର୍ତ୍ତରେ ସ୍ୱାସ୍ଥାବସ୍ଥାରେ କୌଣସି ସୁଧାର ଆସିନଥିଲା।ଶେଷରେ ଡ଼ାକ୍ତରୀ ପ୍ରଚେଷ୍ଠା ସତ୍ତ୍ୱେ ସେ ଆଖି ବୁଜିଛନ୍ତି।ତାଙ୍କ ଦେହାନ୍ତରେ ରାଷ୍ଟ୍ରର ପ୍ରମୁଖ ବ୍ୟକ୍ତିବିକାଶ ଶୋକବ୍ୟକ୍ତ କରିଛନ୍ତି।

Continue reading
No Comments Tagged: GUJURAT, Heeraben Modi, India Pm, Narendra Modi
ନ୍ୟୁଜ୍, ପଲିଟିକ୍ସ

ପଦ୍ମପୁର ଉପନିର୍ବାଚନରେ ରୋଚକ ମୋଡ଼:BJP ନେତାଙ୍କ ବୋହୂ BJD ପ୍ରାର୍ଥୀ

November 14, 2022

ପଦ୍ମପୁର ଉପ-ନିର୍ବାଚନକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା ବେଳେ ବିଜେପି ତରଫରୁ ପ୍ରଦୀପ ପୁରୋହିତ ପ୍ରାର୍ଥି ହୋଇଛନ୍ତି। ବିଜେଡି ତରଫରୁ ନିର୍ବାଚନ ଲଢିବେ ବର୍ଷା ସିଂ ବରିହା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା। ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହେତୁ ବିଜେଡି ସପକ୍ଷରେ ଅନୁକମ୍ପା ଭୋଟ ଆସିବ ବୋଲି ଆକଳନ କରାଯାଉଛି। ଏହା ସହିତ ବର୍ଷାରାଣୀଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି ବିଜେଡି।ସରକାରଙ୍କ ବିଫଳତାକୁ ବିରୋଧି ଟାର୍ଗେଟ୍ କରୁଥିଲା ବେଳେ ଭୋଟ୍ ହାତେଇବାକୁ ଅନୁକମ୍ପା ଓ ମହିଳା କାର୍ଡ ଖେଳିଛି ବିଜେଡି।

ସତ୍ୟଭୂଷଣ ସାହୁ,ପ୍ରଦୀପ ପୁରୋହିତ

ଅନୁକମ୍ପା କାର୍ଡ ରିପିଟ୍:ଅଡୁଆରେ ରମାରଞ୍ଜନ
ଧାମନଗର ଭୋଟ୍ ପରେ ପଦ୍ମପୁର ନିର୍ବାଚନକୁ ନେଇ ବିଜେଡି ବେଶ୍ ସତର୍କତାର ସହ ଗୋଟି ଚାଳନା କରୁଛି। ଧାମନଗରରେ ରାଜୁଦାସଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ନେଇ ଖେଳିଥିବା କାର୍ଡ ଫେଲ୍ ମାରିଲା ପରେ ପଲିଟିକ୍ସରେ ସିରିୟସନେସ ଦେଖାଉଛି ବିଜେଡି।ଭୋଟ୍ ହାତେଇବାକୁ ପଦ୍ମପୁର ଆସନରେ ନିଜର ଦବଦବା ବଜାୟ ରଖିବାକୁ ଉଭୟ ଅନୁକମ୍ପା ଓ ମହିଳା କାର୍ଡ ଖେଳିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଚାଷୀଙ୍କ ସମସ୍ୟା ସମାଧାନ ଦାବୀରେ ପ୍ରାର୍ଥିପତ୍ର ଦାଖଲ ସ୍ଥଗିତ କରିଛନ୍ତି।ପ୍ରାର୍ଥୀ ବର୍ଷା ଆସନ୍ତା ୧୬ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପ୍ରାର୍ଥି ବର୍ଷା ହେଉଛନ୍ତି ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂଙ୍କ ବୋହୂ। ବର୍ଷାଙ୍କ ଶ୍ୱଶୂର ବିଜେପିର ଜଣେ ଜଣାଶୁଣା ଚେହେରା।

ରମାରଞ୍ଜନ ବଳୀୟାର ସିଂ

ରମାରଞ୍ଜନ ୨୦୧୮ରେ  ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଶ୍ୱଶୁର ରମାରଞ୍ଜନ ବିଜେଡି  ବିପକ୍ଷରେ ଥିଲାବେଳେ ବର୍ଷା ହୋଇଛନ୍ତି ବିଜେଡି ପ୍ରାର୍ଥୀ। ଏଭଳି ଦ୍ୱନ୍ଦାତ୍ମକ ସ୍ଥିତିରେ ରମାରଞ୍ଜନ କାହାକୁ ସମର୍ଥନ କରିବେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା

Continue reading
No Comments Tagged: Barsha Singh Bariha, Bijaya Ranjan Singh Bariha, BJD, BJP, Odisha Congress, Padampur by-poll, Pradeep Purohit, Rama Ranjan Baliarsingh, SATYA BHUSAN SAHU
ପଲିଟିକ୍ସ, ଫିଲ୍ମ

ରାଜନୀତି କରିବାକୁ ଅଭିନେତା ଆଗ୍ରହୀ; କିନ୍ତୁ ଓଡ଼ିଶା ଭୋଟର କରୁଛନ୍ତି ବୟକଟ୍    

November 13, 2022

ଲୋକଙ୍କର ଇମୋସନର ଫାଇଦା ଉଠାଇ, ପଲିଟିକ୍ସରେ ସଫଳତା ପାଇଛନ୍ତି ଅନେକ ସିନେ ଷ୍ଟାର। ବିଶେଷ କରି ତାମିଲୁନାଡୁ ପଲିଟିକ୍ସକୁ ସଂପୂର୍ଣ୍ଣ କଣ୍ଟ୍ରୋଲ କରିଛନ୍ତି ସିନେ ଷ୍ଟାର। ତାମିଲି ସୁପରଷ୍ଟାର MGR ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। MGRଙ୍କ ବନ୍ଧୁ ତଥା ସିନେମା Script ରାଇଟର କରୁଣାନିଧି ୧୯୬୯ ମସିହାରେ ତାମିଲିନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ଅଭିନେତ୍ରୀ ଜୟଲଳିତା ମଧ୍ୟ ତାମିଲିନାଡୁର ସଫଳ ମୁଖ୍ୟମନ୍ତ୍ରୀ ଭାବେ ଗଣା ହେଉଛନ୍ତି। ତାମିଲିନାଡୁରେ ଆକ୍ଟରଙ୍କ ପଲିଟିକାଲ୍ ସଫଳତାକୁ ଦେଖି,ବିଜୁ ପଟ୍ଟନ।ୟକ ସେହି ଫର୍ମୂଲାକୁ ଓଡ଼ିଶାରେ ପ୍ରୟୋଗ କରିଥିଲେ।

MGR,ଜୟଲଳିତା

୭୦ଦଶକରେ ଓଡ଼ିଶାର ସଞ୍ଜିବୀ କୁମାର ଭାବେ ପରିଚିତ ଶରତ ପୂଜ।ରୀଙ୍କୁ ରାଜନେତା କରିବାକୁ ଲାଗି ପଡିଲେ ବିଜୁ ବାବୁ। ୧୯୭୧ରେ ଶରତ ପୂଜାରୀଙ୍କୁ ଉତ୍କଳ କଂଗ୍ରେସର ବିଧାୟକ ପ୍ରାର୍ଥୀ କରିବାକୁ ଯୋଜନା କଲେ ବିଜୁ ବାବୁ। ଅଭିନେତା ଶରତ ପୂଜାରୀ ମଧ୍ୟ ରାଜନେତା ହେବାକୁ ଆଗ୍ରହ ଦେଖାଇଲେ। ସମ୍ବଲପୁରରୁ ବିଧ।ନସଭ। ଆସନରୁ ନିର୍ବାଚନ ଲଢିଲେ ଶରତ ପୂଜାରୀ। ମାତ୍ର, କାମ ଦେଲାନି ଆକ୍ଟର ଇମେଜ୍। ଅଭିନୟରେ ମନ ଜିଣୁଥିବା ଶରତ,ହାରିଯାଆନ୍ତି ନିର୍ବାଚନର ବାଜି। ବିଜୟୀ ହୁଅନ୍ତି କଂଗ୍ରସେ ପ୍ରାର୍ଥୀ ଶ୍ରୀବଲ୍ଲଭ ପାଣିଗ୍ରାହୀ। ରାଜନୀତିରୁ ଅବସର ନିଅନ୍ତି,ଶରତ ପୂଜାରୀ। ସେବେଠୁ ରାଜନୀତିରେ ଓଡ଼ିଆ ଅଭିନେତାଙ୍କ ଏଣ୍ଟ୍ରିରେ ଲାଗିଯାଏ ବ୍ରେକ୍।

ଶରତ ପୂଜାରୀ

ଅନ୍ୟପକ୍ଷରେ ତାମିଲିନାଡୁ ପରେ ସାଉଥ୍ ଇଣ୍ଡିଆାର ଆନ୍ଧ୍ର ପଲିଟିକ୍ସକୁ, ତେଲଗୁ ସୁପରଷ୍ଟାର ଏନ୍.ଟି. ରାମରାଓ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୁଅନ୍ତି। କଂଗ୍ରେସର ଗଡ଼କୁ ଚୁରମାର କରି ଏନ୍.ଟି ରାମାରାଓ ଆନ୍ଧ୍ରର ହୁଅନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ କିନ୍ତୁ, ଦୀର୍ଘ ୩ଦଶନ୍ଧି ଯାଏଁ ପଲିଟିକ୍ସ ଠାରୁ ଦୂରେଇ ରୁହନ୍ତି ଅଭିନେତା।

ଏନ୍.ଟି. ରାମରାଓ

ତେବେ ୨୦୦୦ ମସିହାରେ ପଲିଟିକ୍ସରେ ଏଣ୍ଟ୍ରି ମାରିବାକୁ ରିସ୍କ ନେଲେ ସିନେ ଷ୍ଟାର୍ ପ୍ରଶାନ୍ତ ନନ୍ଦ। BJP ଟିକେଟରେ ଲଢ଼ି ବିଜୟୀ ହେଲେ ଏବଂ ମନ୍ତ୍ରୀ ମଧ୍ୟ ହୋଇଗଲେ। କିନ୍ତୁ ଦୁର୍ନୀତି ଅଭିଯୋଗରେ ପ୍ରଶାନ୍ତ ନନ୍ଦଙ୍କୁ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଦେଲେ। ହେଲେ ସଫଳ ଅଭିନେତା ପ୍ରଶାନ୍ତ ନନ୍ଦ, ବିଚକ୍ଷଣ ରାଜନେତାର ପରିଚୟ ଦେଲେ। BJP ଛାଡି NCPରୁ ଟିକେଟ ନେଇ ଦ୍ୱିତୀୟ ଥର ବିଧାୟକ ହୋଇଗଲେ। ଆଉ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଅଭିଯୋଗକୁ ମିଛ ପ୍ରମାଣ କରି BJD ଟିକେଟରେ ରାଜ୍ୟସଭାରେ ପହଞ୍ଚି ଗଲେ ପ୍ରଶାନ୍ତ ନନ୍ଦ। 

ପ୍ରଶାନ୍ତ ନନ୍ଦଙ୍କ ଠାରୁ ରାଜନୈତିକ କଳା ଛଡ଼ାଇ ନେଲେ ଓଡ଼ିଆ ସିନେଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତି। ବ୍ରହ୍ମପୁର ଭଳି ହାଇ-ପ୍ରୋଫାଇଲ୍ ଲୋକସଭା ଆସନରୁ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସକ୍ସେସ ପାଇଲେ ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତଙ୍କୁ ସାଂସଦ କରିବା ପରେ, ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତିଙ୍କୁ ପଲିଟିଆସନ୍ କରିବାକୁ ଚେଷ୍ଟା କଲା BJD। ଅନୁଭବ ମହାନ୍ତିଙ୍କ ପରି ଅନଭିଜ୍ଞଙ୍କୁ ରାଜ୍ୟସଭା ସାଂସଦ କରିବାର ରିସ୍କ ନେଲା ବିଜୁ ଜନତା ଦଳ। ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ କେନ୍ଦ୍ରାପଡ଼ା ପରି ଗୁରୁତ୍ୱପୂର୍ଣ୍ଣ ଆସନରେ ଅନୁଭବଙ୍କୁ ୨୦୧୯  ନିର୍ବାଚନରେ ପ୍ରାର୍ଥୀ କଲା BJD। ପ୍ରଥମେ ରାଜ୍ୟସଭା ଏବଂ ପରେ କେନ୍ଦ୍ରାପଡ଼ାକୁ ଲୋକସଭାରେ ପ୍ରତିନିଧିତ୍ୱ କଲେ ସିନେଷ୍ଟାର ଅନୁଭବ।

ଅନୁଭବ ମହାନ୍ତି

ସେପଟେ ଅଭିନୟରେ ଏତେଟା ନାଁ କରି ନଥିବା ମୁନା ଖାଁ, ପଞ୍ଚାୟତ ନିର୍ବାଚନ ଲଢ଼ି ସଫଳତା ପାଇଥିଲେ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ୨୦୨୦ରେ ରାଜ୍ୟସଭା ସାଂସଦ ହୋଇଗଲେ  ମୁନା ଖାଁ। ହେଲେ ବିଜୁ ଜନତା ଦଳ ବିରୋଧରେ ଲଢ଼ି ଓଡ଼ିଶାର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ଏବଂ ଅପରାଜିତା ମହାନ୍ତି ରାଜନୈତିକ ପ୍ଲାଟଫର୍ମରେ ମାରନ୍ତି ଚିତପଟାଙ୍ଗ। ଅବଶ୍ୟ କମେଡି କିଙ୍ଗ ପପୁ ପମ୍ ପମ୍ ୨୦୧୪ ନିର୍ବାଚନରେ BJDର ପ୍ରାର୍ଥୀ ହୋଇ ମଧ୍ୟ ପଲଟିକାଲ୍ ସକ୍ସେସର ମଜା ପାଇନାହାନ୍ତି।
୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଭୁବନେଶ୍ୱର ଲୋକସଭା ସାଂସଦ ଲଢ଼ି ବିଜୟ ମହାନ୍ତି, ହୋଇଛନ୍ତି ପରାଜିତ। ୨୦୧୯  ଅପରାଜିତା ମଧ୍ୟ BJP ଟିକେଟରୁ ଭୁବନେଶ୍ୱର ଉତ୍ତର ଆସନରୁ ଲଢି ପରାଜିତ ହେଲେ। ସେହିଭଳି BJP ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ,୨୦୧୯ରେ ଦିଗପହଣ୍ଡି ଆସନରୁ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଲଢ଼ି ବିଫଳ ହୋଇଛନ୍ତି। କଟକ ମହାନଗର ନିଗମର ମେୟର ପଦ ପାଇଁ BJP ଟିକେଟରେ ଲଢ଼ି ଅଭିନେତା ଶ୍ରୀତମ୍ ଦାସଙ୍କର  ଶୋଚନୀୟ ପରାଜୟ ହୋଇଛି।

ତେବେ ସାଉଥର ସିନେ ଷ୍ଟାର, ପଲିଟିକ୍ସରେ ରାଜ୍ କରୁଥିଲା ବେଳେ ଓଡ଼ିଆ ଆକ୍ଟରଙ୍କ ପଲିଟିକାଲ୍ କ୍ୟାରିୟର ପ୍ରଚାର ଗାଡ଼ିରେ ଅଟକିଛି। ମହେଶ୍ୱତା, ଅନୁ ଚୌଧୁରୀ, କମେଡିଆନ୍ ହରି ଏବଂ ଅରିନ୍ଦମଙ୍କ ଅଭିନୟ, ମନକୁ ଛୁଉଁଥିଲା ବେଳେ ପାଓ୍ୱାର ପଲିଟିକ୍ସରେ ଏମାନଙ୍କୁ ମିଳୁନାହିଁ ସଫଳତା।

Continue reading
No Comments Tagged: Anubhava Mohanty, Aparajita Mohanty, Bijaya Mohanty, Odia Film, Prasanta Nanda, Sarat Pujari, Sidhanta Mohapatra
ନ୍ୟୁଜ୍

ସଂସଦ ଆକ୍ରମଣକୁ ୨୦ ବର୍ଷ

December 13, 2021

୨୦ ବର୍ଷ ପୂର୍ବର ଏକ ଛାତିଥରା ଘଟଣା, ସମଗ୍ର ଭାରତବାସୀଙ୍କୁ ଚକିତ କରିଥିଲା।ସେହି ଲୋମହର୍ଷଣକାରୀ ଘଟଣାକୁ ଭୁଲିବା କେବେବି ସମ୍ଭବପର ନୁହେଁ। ସଂସଦ ଭବନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ନୃଶଂସତାର ସୀମା ଟପିଥିଲା।୨୦୦୧ ଡିସେମ୍ବର ୧୩’ରେ ପାକିସ୍ତାନର ୫ ଆତଙ୍କବାଦୀ ଦିଲ୍ଲୀରେ ଗଣତନ୍ତ୍ରର ପବିତ୍ର ସ୍ଥାନ ‘ସଂସଦ ଭବନ’ ଉପରେ ଲଗାତର ଗୁଳି କରିଥିଲେ।

ଆତଙ୍କବାଦୀଙ୍କୁ ଜବାବ

ସଂସଦ ଭବନରେ ରକ୍ତକାଣ୍ଡ 
୨୦୦୧ର ଶୀତକାଳୀନ ଅଧିବେଶନ ଚାଲିଥିଲା।ହଠାତ୍ ଏକ ଧଳା କାରରେ ସଶସ୍ତ୍ର ଆତଙ୍କବାଦୀମାନେ ସଂସଦ ଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମୁତୟନ ସୁରକ୍ଷା କର୍ମୀଙ୍କ ପାଇଁ ସଫଳ ହୋଇ ପାରିନଥିଲେ।ସେହି ସମୟରେ ସଂସଦ ଭବନ ଭିତର ଗେଟ ସଂପର୍କରେ ଜାଣି ନପାରିବାରୁ ଆତଙ୍କବାଦୀମାନେ ଉପରାଷ୍ଟ୍ରପତିଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ।ଫଳରେ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହୋଇଥିଲା।ସୁରକ୍ଷା କର୍ମୀମାନେ ବୁଝିବା ପୂର୍ବରୁ କାର ଭିତରୁ ବାହାରି ଆତଙ୍କବାଦୀମାନେ ଗୁଳି ଚଳାଇ ଥିଲେ।ଏହା ପରେ ସଂସଦ ଭବନର ସୁରକ୍ଷା ଦାଯିତ୍ୱରେ ଥିବା ସିଆରପିଏଫ୍‌ ଯବାନମାନେ ମଧ୍ୟ ଗୁଳି କରିଥିଲେ।ସେହି ସମୟରେ ଅନେକ ସାଂସଦ ଓ ମନ୍ତ୍ରୀ ଉପସ୍ଥିତ ଥିଲେ।ତତ୍କାଳୀନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ସଂସଦ ପରିସରରେ ଥିଲେ। ତାଙ୍କୁ ସୁରକ୍ଷା ଅଧିକାରୀମାନେ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।

ମାଷ୍ଟର ମାଇଣ୍ଡ ଅଫଜଲ୍

ଫାଶି ଖୁଣ୍ଟରେ ଝୁଲିଲା ମାଷ୍ଟର ମାଇଣ୍ଡ
ଆକ୍ରମଣର ମାଷ୍ଟର ମାଇଣ୍ଡ ଆଫଜଲ ଗୁରୁକୁ ୨୦୧୩ ଫେବୃଆରୀ ୯’ରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆ ଯାଇଥିଲା। ପାକିସ୍ତାନ ଅଧିକୃତ କଶ୍ମୀରର ମୁଜଫରାବାଦରେ ଆଇଏସଆଇର ଶିବିରରେ ସେ ତାଲିମ ନେଇଥିଲା।ସେହି ଆକ୍ରମଣରେ ୯ ଯବାନ ସହିଦ ହୋଇଥିଲେ।ସହିଦ ଯବାନମାନେ ହେଲେ ପି ଯାଦବ, ମତବର ସିଂହ, କମଲେଶ କୁମାରୀ, ନାନକ ଚନ୍ଦ, ରାମପାଲ, ଓମପ୍ରକାଶ ଘନଶ୍ୟାମ, ବିଜେନ୍ଦର ସିଂହ, ଦେଶରାଜ ପ୍ରମୁଖ। ସଂସଦର ସୁରକ୍ଷା ପାଇଁ ତାଙ୍କର ବଳୀଦାନ ସର୍ବଦା ସ୍ମରଣୀୟ।

Continue reading
No Comments Tagged: AFJAL GURU, Atal Bihari Vajpayee, INDIA PARLIAMENT, Parliment Attack
ନ୍ୟୁଜ୍

ପଞ୍ଚାୟତ ଅର୍ଥ ବାଟମାରଣା: ବିକାଶରେ ବ୍ରେକ୍

March 25, 2023

ବାଟ ମାରଣା ହେଉଛି ପଞ୍ଚାୟତ ବିଭାଗର ଅର୍ଥ। ପଞ୍ଚାୟତ ବିଭାଗର ନିଜସ୍ୱ ଆୟର ଉତ୍ସ ଥିବାବେଳେ କୋଟି କୋଟି ଟଙ୍କା ସରକାରୀ ଖାତାକୁ ଯିବା ବଦଳରେ କରାଯାଉଛି ହରିଲୁଟ। ଆୟ ବାବଦକୁ ଆସୁଥିବା ଅର୍ଥ କେଉଁ ବାଟରେ ଖର୍ଚ୍ଚ ହେଉଛି ତାର ହିସାବ ମିଳୁନି। ବିଭିନ୍ନ ଉପାୟରେ ପଞ୍ଚାୟତକୁ ଆସୁଥିବା ଟଙ୍କାକୁ…

ନ୍ୟୁଜ୍

ବଢୁଛି ବାଲ୍ୟ ବିବାହ:ପିକ୍ ରେ ଓଡ଼ିଶା

March 24, 2023

୧୯୭୮ରେ ବାଲ୍ୟବିବାହ କ୍ଷେତ୍ରରେ ରୋକ୍ ଲଗେଇବାକୁ ଆଇନରେ ଆସିଥିଲା ସଂସ୍କାର। ବାହାଘର ପାଇଁ ପୁଅର ସର୍ବନିମ୍ନ ବୟସ ୧୮ରୁ ୨୧କୁ ବୃଦ୍ଧି କରାଯାଇଥିଲା ବେଳେ ଝିଅର ସର୍ବନିମ୍ନ ବୟସ ୧୪ରୁ ୧୮କୁ ବୃଦ୍ଧି କରାଯାଇଥିଲା। ୨୦୦୬ରେ ମଧ୍ୟ ଆଇନ ସେହି ସମାନ କଥା ଦୋହରାଇ ବାଲ୍ୟ ବିବାହ ରୋକିବାକୁ ପ୍ରୟାସ କରିଛି।…

ନ୍ୟୁଜ୍, ପଲିଟିକ୍ସ

୧୨ ଘଣ୍ଟା ପୁର୍ବରୁ ଫାଶି !

March 23, 2023

୨୩ ମାର୍ଚ୍ଚ ୧୯୩୧। ଭାରତୀୟ କ୍ୟାଲେଣ୍ଡରରେ ଏ କେବଳ ଏକ ତାରିଖ ନୁହେଁ ବରଂ ସାହସିକତାର ସିଂହରଡ଼ି। ସ୍ୱାଧିନତା ପ୍ରାପ୍ତି ପୁର୍ବରୁ ଭାରତରେ ଅସହ୍ୟ ହୋଇ ପଡିଥିବା ଅତ୍ୟାଚାରର ପରିସମାପ୍ତି ପାଇଁ ଅନେକ ଦେଶପ୍ରେମୀ ବଳିଦାନ ଦେଇଛନ୍ତି। ଲୁହ ଲହୁର ସଂଘର୍ଷମୟ ସଂଗ୍ରାମରେ କେତେ ଯେ ବରପୁତ୍ର ସହିଦ ହୋଇଛନ୍ତି ତାର…

ନ୍ୟୁଜ୍

କଳାମେଘ ଦେଖି ଆଉ ନାଚୁନି ମୟୂର…

March 22, 2023

କଳାମେଘ ଦେଖି ଆଉ ନାଚୁନି ମୟୂର,ଆକାଶେ ପଡ଼ୁଛି ଖୋଜା ଭସା ବାଦଲର।ଯେଉଁ କଳାମେଘ ଦେଖି ଦିନେ ମୟୂର ନାଚି ଉଠୁଥିଲା ସେ ଆଜି ଲଜ୍ଜିତ। କାରଣ ମେଘ ଆଗମନ ସୂଚନାରେ ସେ ନାଚି ଉଠେ ସତ। ମାତ୍ର ତା ଅନୁମାନକୁ ଭୁଲ୍ କରି, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କିଛି ସମୟ ମଧ୍ୟରେ…

ନ୍ୟୁଜ୍

ଶ୍ୱେତପତ୍ରରେ କଳା ତଥ୍ୟ:ଚାର୍ଜସିଟ ଦାଖଲରେ ଫେଲ୍ ଓଡ଼ିଶା ପୁଲିସ

March 21, 2023

ରାଜ୍ୟ ଗୃହ ବିଭାଗ ପକ୍ଷରୁ ୨୦୨୨ ମସିହାର ଶ୍ୱେତପତ୍ର ପ୍ରକାଶ ପାଇଛି। ଶ୍ୱେତପତ୍ର ସାମ୍ନାକୁ ବସିଲା ପରେ ବିଧାନସଭାରେ ଫିଟିଛି ରାଜ୍ୟ ପୁଲିସର ଗୁମର। ବିଧାନସଭାର ତଥ୍ୟ  ରାଜ୍ୟ ପୁଲିସର ଅପାରଗତାକୁ ପଦାରେ ପକାଇଛି। ରାଜ୍ୟରେ ବଢୁଥିବା ଅପରାଧ ତୁଳନାରେ ଚାର୍ଜସିଟ ଦାଖଲ କରିପାରୁନି ପୁଲିସ। ଚାର୍ଜସିଟ ଦାଖଲରେ ଫେଲ୍ ମରିଛି…

ନ୍ୟୁଜ୍

ସତ୍ୟପାଠ ଦାଖଲ କଲାନି ଶ୍ରୀମନ୍ଦିର ପ୍ରଶାସନ: ସୁରକ୍ଷିତ ଅଛି ତ ରତ୍ନ ଭଣ୍ଡାର

March 16, 2023

ଶ୍ରୀମନ୍ଦିର, ଶ୍ରୀ ଜଗନ୍ନାଥ ଏବଂ ରତ୍ନଭଣ୍ଡାରକୁ ନେଇ ଭକ୍ତ ମହଲରେ ଏବେ ଗଦା ଗଦା ଅଭିଯୋଗ। ଅଭିଯୋଗ ମହାପ୍ରଭୂ କି  ମନ୍ଦିରକୁ ନେଇ ନୁହେଁ ବରଂ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ନେଇ ତେଜୁଛି ଅସନ୍ତୋଷ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ୨୦୧୮ରେ…

ନ୍ୟୁଜ୍

ଓଡ଼ିଶାରେ ସୁନାଖଣି

February 28, 2023

ଓଡ଼ିଶାରେ ମିଳିଛି ସୁନାଖଣିର ସନ୍ଧାନ। ବିଧାନସଭାରେ  ଏ ନେଇ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ରାଜ୍ୟରେ  ତିନୋଟି ଜିଲ୍ଲାରେ ସୁନାଖଣି ଚିହ୍ନଟ ହୋଇଛି। ଦେବଗଡର ଅଡ଼ାଶ,କେନ୍ଦୁଝରର ତେଲକୋଇ ଏବଂ ମୟୁରଭଞ୍ଜର ବାଦାମପାହାଡ଼ରେ ସୁନାପଥରର ସନ୍ଧାନ ମିଳିଥିବା ତଥ୍ୟ ସାମ୍ନାକୁ ଆସିଛି। ସରକାରୀ ଓ ବେସରକାରୀ ଜମିରେ ଖନନ…

Newer postsOlder posts

Latest posts

ପଞ୍ଚାୟତ ଅର୍ଥ ବାଟମାରଣା: ବିକାଶରେ ବ୍ରେକ୍
ପଞ୍ଚାୟତ ଅର୍ଥ ବାଟମାରଣା: ବିକାଶରେ ବ୍ରେକ୍ନ୍ୟୁଜ୍
ବଢୁଛି ବାଲ୍ୟ ବିବାହ:ପିକ୍ ରେ ଓଡ଼ିଶା
ବଢୁଛି ବାଲ୍ୟ ବିବାହ:ପିକ୍ ରେ ଓଡ଼ିଶାନ୍ୟୁଜ୍
୧୨ ଘଣ୍ଟା ପୁର୍ବରୁ ଫାଶି !
୧୨ ଘଣ୍ଟା ପୁର୍ବରୁ ଫାଶି !ନ୍ୟୁଜ୍, ପଲିଟିକ୍ସ

Connect With Us

Copyright © 2022. All Rights Reserved.