ଅନେକ ରେକର୍ଡ ହାତେଇଥିବା ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ନୂଆ ରେକର୍ଡ ହାସଲ କରିଛନ୍ତି। ତା’ପୁଣି ସୋସିଅଲ ମିଡିଆ ୟୁଟ୍ୟୁବ୍ ଜରିଆରେ।ବିଶ୍ୱର ସର୍ବକାଳିନ ଶ୍ରେଷ୍ଟ କ୍ରୀଡ଼ା ତାରକା ରୋନାଲ୍ଡୋ ୟୁଟ୍ୟୁବ୍ରେ ନିଜର ଏକ ଚ୍ୟାନେଲ୍ ଖୋଲିଛନ୍ତି। ଯାହାର ନାଁ ରଖିଛନ୍ତି ‘ୟୋର୍ କ୍ରିଷ୍ଟିଆନୋ’ ।ରୋନାଲ୍ଡୋଙ୍କ ଦ୍ୱାରା ଖୋଲାଯାଇଥିବା ଏହି ଚ୍ୟାନେଲ୍କୁ ମାତ୍ର କିଛି ଘଣ୍ଟା ଭିତରେ ଏକ ନିୟୁତ ଲୋକ ସବ୍ସ୍କ୍ରାଇବ୍ କରିଥିଲେ।୨୪ ଘଣ୍ଟା ମଧ୍ୟରେ ଏହା ୧୦ ନିୟୁତରେ ପହଞ୍ଚିଥିଲା। ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିବା ନେଇ ଏକ୍ସରେ ସେ ଏହାର ସୂଚନା ଦେବା ସହ ଚ୍ୟାନେଲ୍ ଲିଙ୍କ ମଧ୍ୟ ଶେୟାର କରିଥିଲେ। ରେକର୍ଡ ସଂଖ୍ୟକ ଲୋକ ସବ୍ସ୍କ୍ରାଇବ କରିବା ପରେ ମାତ୍ର ୯୦ ମିନିଟ୍ରେ ରୋନାଲ୍ଡୋଙ୍କ ପାଖରେ ପହଞ୍ଚିଛି ଗୋଲ୍ଡେନ୍ ପ୍ଲେ ବଟନ୍। ପରିବାର ସହ ଗୋଲ୍ଡୋନ୍ ପ୍ଲେ ବଟନ୍ ରିଭିଲ୍ କରୁଥିବାର ଭିଡିଓ ଏକ୍ସରେ ଶେୟାର କରିଛନ୍ତି।
ଏ ସମ୍ପର୍କର ରୋନାଲ୍ଡୋ ପାର୍ଟନର୍ ଜର୍ଜିଆଙ୍କ ସହ ଆଲୋଚନା କରିଛନ୍ତି।ଯେଉଁଥିରେ ସେ କହିଛନ୍ତି,‘ଏହି ୟୁଟ୍ୟୁବ୍ ପୋଜେକ୍ଟ ଆରମ୍ଭ କରିବା ନେଇ ବହୁ ଦିନ ଧରି ଚିନ୍ତା କରୁଥିଲି।ଏବେ ଏହାକୁ ସତ କରି ଦେଖେଇବାର ମଉକା ମିଳିଛି । ମୋତେ ସବୁବେଳେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସମାନଙ୍କ ସହ ଯୋଡ଼ି ହେବାକୁ ଭଲଲାଗେ।ଆଉ ଏବେ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ମୋତେ ବଡ଼ ମଞ୍ଚ ମିଳିଛି। ଫ୍ୟାନ୍ସ, ଯେଉଁମାନେ ମୋ ପରିବାର,ଏବେ ସେମାନେ ଭିନ୍ନ-ଭିନ୍ନ ବିଷୟରେ ମୋର ଆଇଡିଆ ଜାଣିପାରିବେ।ବର୍ତ୍ତମାନ ସୁଦ୍ଧା ‘ୟୋର କ୍ରିଷ୍ଟିଆନୋ’ଚ୍ୟାନେଲର ସବ୍ସ୍କ୍ରାଇବର ସଂଖ୍ୟା ୩୦ ନିୟୁତରେ ପହଞ୍ଚି ସାରିଛି । ଫ୍ୟାମିଲି ଟାଇମ୍ର କିଛି ଭିଡିଓ ଏଥିରେ ପୋଷ୍ଟ ହୋଇଥିବାବେଳେ ଚ୍ୟାନେଲରେ ମୋଟ ୧୯ଟି ଭିଡିଓ କ୍ଲିପ୍ ଅପ୍ଲୋଡ୍ କରାଯାଇଛି। ପଡ଼ିଆରେ ଗତ ୨ ଦଶନ୍ଧି ଧରି ରାଜୁତି କରୁଛନ୍ତି ରୋନାଲ୍ଡୋ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍। ଏକ୍ସରେ ରୋନାଲ୍ଡୋଙ୍କର ୧୧୫.୫ ନିୟୁତ ଫଲୋୟର୍ସ ଥିବାବେଳେ ଫେସ୍ବୁକ୍ରେ ୧୭୦ ଏବଂ ଇନ୍ଷ୍ଟାଗ୍ରାମରେ ୬୩୬ ଫଲୋୟର୍ସ ଅଛନ୍ତି।ଅନ୍ୟପଟେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫଲୋୟର୍ସ ସଂଖ୍ୟା ବଢ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇ ଦେଇଛନ୍ତି ଶ୍ରଦ୍ଧା।
ତେବେ ଶ୍ରଦ୍ଧାଙ୍କ ଫଲୋୟର୍ସ ସଂଖ୍ୟା ବଢ଼ିବା ପଛର କାରଣ ହେଉଛି ‘ସ୍ତ୍ରୀ-୨’। ନିକଟରେ ରିଲିଜ୍ ହୋଇଥିବା ହରର ଓ କମେଡି ଫିଲ୍ମ ସ୍ତ୍ରୀ-୨କୁ ଲୋକ ପସନ୍ଦ କରିବାରେ ଲାଗିଛନ୍ତି। ଗତ ୧୫ ତାରିଖରେ ରିଲିଜ୍ ହୋଇଥିବା ‘ସ୍ତ୍ରୀ-୨ ’ ସପ୍ତାହକ ଭିତରେ ୨୫୦ କୋଟି ଟଙ୍କା ରୋଜଗାର କରିଛି। ସ୍ତ୍ରୀ-୨ର ସଫଳତା ସହିତ ଶ୍ରଦ୍ଧା କପୁରଙ୍କ ଲୋକପ୍ରିୟତା ଆହୁରି ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଇନ୍ଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ଫଲୋୟର୍ସ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ପଛରେ ରହିଯାଇଛନ୍ତି। ସ୍ତ୍ରୀ-୨ର ସଫଳତା ପାଇଁ ବୁଧବାର ସନ୍ଧ୍ୟାସୁଦ୍ଧା ଶ୍ରଦ୍ଧା କୁପରଙ୍କ ଇନ୍ଷ୍ଟାଗ୍ରାମରେ ୯୧.୫ ନିୟୁତ ଫଲୋୟର୍ସ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୯୧.୩ ନିୟୁତ ଫଲୋୟର୍ସ ରହିଥିବା ଜଣାପଡ଼ିଛି। ବଲିଉଡ୍ ଅଭିନେତ୍ରୀଙ୍କ ଭିତରୁ ପ୍ରିୟଙ୍କା ଚୋପ୍ରା ଜୋନାସ୍ଙ୍କ ଇନ୍ଷ୍ଟାଗ୍ରାମ ଫଲୋୟର୍ସ ସବୁଠାରୁ ଅଧିକ ଅଛନ୍ତି।ତାଙ୍କୁ ମୋଟ ୯୧.୮ ନିୟୁତ ୟୁଜର୍ସ ଫଲୋ କରୁଛନ୍ତି।
ପ୍ରିୟଙ୍କାଙ୍କ ପରେ ଏବେ ଶ୍ରଦ୍ଧାଙ୍କ ନମ୍ବର। ଅନ୍ୟପଟେ କ୍ରିକେଟର ବିରାଟ କୋହଲିଙ୍କ ସର୍ବାଧିକ ୨୭୦ ନିୟୁତ ଫଲୋୟର୍ସ ଥିବାବେଳେ ଫୁଟବଲ ଖେଳାଳିି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ବିଶ୍ୱରେ ସର୍ବାଧିକ ୬୩୬ ମିିଲିୟନ୍ ଫଲୋୟର୍ସ।ସ୍ତ୍ରୀ’ ପାର୍ଟ ୱାନ୍, ୨୦୧୮ରେ ରିଲିଜ୍ ହୋଇଥିଲା। ଯାହାର ନିର୍ଦ୍ଦେଶନା ଭାର ଅମର କୌଶିକ ଦେଇଥିବାବେଳେ ଦିନେଶ ଏବଂ ରାଜ୍ ଓ ଡିକେ ଏହାର ପ୍ରଯୋଜନା ଭାର ସମ୍ଭାଳିିଥିଲେ। ସେହିପରି ଫିଲ୍ମର ଲିଡରେ ରାଜକୁମାର ରାଓ ଅଭିନୟ କରିଥିଲେ ଏବଂ ତାଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ, ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ ଅପାରଶକ୍ତି ଖୁରାନା ଏବଂ ଅଭିଷେକ ବାନାର୍ଜୀ। ୧୩୦ ମିନିଟ୍ର ଏହି ଫିଲ୍ମର ବଜେଟ୍ ଥିଲା ୨୩-୨୫ କୋଟି। ଏହି ହିଟ୍ ଫିଲ୍ମଟି ବକ୍ସ ଅଫିସରେ ୧୮୧ କୋଟି କଲେକ୍ସନ କରିଥିଲା । ସେହିପରି ଭାବେ ଫିଲ୍ମର ଦ୍ୱିତୀୟ ସଙ୍କଳନ ସ୍ୱାଧୀନତା ଦିବସରେ ରିଲିଜ୍ ହୋଇଯାଇଛି । ଏଥିରେ ଷ୍ଟାରକାଷ୍ଟ ସମାନ ଥିବାବେଳେ ହହର୍ ଏବଂ କମେଡିର ତଡକା ଦେଇ ଏକ୍ସପେରିମେଣ୍ଟ କରିବାକୁ ଚେଷ୍ଟା କରିଛନ୍ତି ଅମର କୌଶିକ । ପୂର୍ବ ଫିଲ୍ମ ତୁଳନାରେ ଏହାର ବଜେଟ୍ ଅଧିକ ରହିଛି। ୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ୪୦୦ କୋଟି ଟଙ୍କା ଛୁଇଁସାରିଲାଣି।ଶ୍ରଦ୍ଧା କପୁରଙ୍କ ଫିଲ୍ମ କ୍ୟାରିୟର୍ ଉପରେ ନଜର ପକାଇଲେ, ଗତବର୍ଷ ହିନ୍ଦୀଫିଲ୍ମ ‘ତୁ ଝୁଟି ମେ ମକାର’ ପ୍ରେକ୍ଷଳଳୟକୁ ଓହ୍ଲାଇଥିଲା । ଏଥିରେ ଶ୍ରଦ୍ଧାଙ୍କ ଅପୋଜିଟ୍ରେ ଥିଲେ ରଣବୀର କପୁର ଫିଲ୍ମଟି ଏକ ଫ୍ୟାମିଲି ଡ୍ରାମା ଥିବାବେଳେ ଯାହା ସେତେ ପସନ୍ଦ ଆସି ନଥିଲା।