ଭାରତୀୟ ଜନତା ପାର୍ଟି ପାଇଁ କେବଳ ରାଜନୈତିକ ପ୍ରସଙ୍ଗ ଥିଲେ କି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ?ବିରୋଧି ଦଳରେ ଥିଲାବେଳେ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପ୍ରସଙ୍ଗ କରିଥିବା BJP ଏବେ କରୁଛି କଣ ?ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ BJPର ଅସ୍ତ୍ର ଥିଲେ କି ଲକ୍ଷ୍ମଣାନନ୍ଦ ସରସ୍ୱତୀ ?ବିଜୁ ଜନତା ଦଳ ଉପରେ ଦୋଷ ଲଦିଥିବା, BJP କ୍ଷମତାକୁ ଆସିଲା ପରେ ସ୍ୱାମୀଜୀଙ୍କୁ ନେଇ କେତେ ସିରିୟସ୍ ?ଦୀର୍ଘ 24 ବର୍ଷର BJD ଶାସନରେ ରୋକ୍ ଲଗେଇ ଏକାକୀ ସରକାର କରିଛି BJP, କିନ୍ତୁ କ୍ଷମତାକୁ ଆସିବାର ପ୍ରାୟ ଅଢ଼େଇ ମାସ ବିତି ଯାଇଥିଲେ ବି ଲକ୍ଷ୍ମଣାନନ୍ଦଙ୍କୁ ନେଇ ସିରିୟସନେସ୍ ନଥିଲା ପରି ଜଣାପଡ଼ୁଛି।ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ରିପୋର୍ଟକୁ ସାର୍ବଜନୀନ କରିବାକୁ ,BJP ଉଠାଉଥିଲା ସ୍ୱର।ମାତ୍ର ଏବେ ନୀରବ।
ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୟାରି ଭିତରେ 16 ବର୍ଷ ବିତିଗଲାଣି।2008 ଅଗଷ୍ଟ 23 ତାରିଖ ଦିନ ଜନ୍ମାଷ୍ଟମୀ ପାଳନ ବେଳେ ସ୍ୱାମୀଜୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତାଙ୍କର 4 ସହଯୋଗୀଙ୍କ ସହ 40 ଜଣଙ୍କର ଦେହାନ୍ତ ବି ହୋଇଥିଲା।ସ୍ୱାମୀ ଲକ୍ଷ୍ମାଣନନ୍ଦଙ୍କ ହତ୍ୟା ଏବଂ ତାହର ପରବର୍ତ୍ତି ହିଂସାର କାରଣ ଖୋଜିବା ପାଇଁ ଗଠିତ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର, ଜଷ୍ଟିସ୍ ଏ ଏସ୍ ନାଇଡ଼ୁ, ରିପୋର୍ଟକୁ BJD ସାର୍ବଜନୀନ କରିନଥିଲା ବେଳେ BJP କାହିଁକି ନେଉନି ଷ୍ଟ୍ରଙ୍ଗ ଆକ୍ସନ୍?2008 ସେପ୍ଟେମ୍ବର 3 ରେ ନିଯୁକ୍ତ ହୋଇଥିବା ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର କମିଶନ୍ 2009 ଜୁଲାଇ 1ରେ Interim ରିପୋର୍ଟ ଦେଇଥିଲେ।2012 ଅକ୍ଟୋବର ପହିଲାରେ ନିଯୁକ୍ତ ହୋଇଥିବା ନାଇଡ଼ୁ କମିଶନ୍ ବି ତାଙ୍କ ରିପୋର୍ଟ 2015 ମସିହା ଡିସେମ୍ବର 22 ରେ ଦେଇଛନ୍ତି।କାହିଁକି ସେହି ରିପୋର୍ଟକୁ ସାର୍ବଜନୀନ କରିନଥିଲା BJD ? ଏବେ ଏବେ ପ୍ରଶ୍ନ ଉଠୁଛି BJDକୁ ଟାର୍ଗେଟ କରୁଥିବା BJP ସରକାର କରୁଛି କଣସେ ସମୟରେ BJPର ରାଜ୍ୟ ସଭାପତି ଥିବା ସୁରେଶ ପୁଜାରୀ ଯିଏ କି ସେତେବେଳେ ବି କ୍ଷମତା ଲୋଭରେ ଚୁପ୍ ନରହି ପାଟି ଖୋଲିଥିଲେ ଏବେ ସେ ରାଜସ୍ୱ ମନ୍ତ୍ରୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପାଇଁ ତାଙ୍କ ତତ୍ପରତାକୁ ସମସ୍ତଙ୍କ ଅପେକ୍ଷା।
ବାକି ରହିଲେ ସେତେବେଳର କ୍ଷମତା ଲୋଭରେ ପ୍ରତିକ୍ରିୟା ଶୂନ୍ୟ ଥିବା ସମବାୟ ମନ୍ତ୍ରୀ ସୁରମା ପାଢୀ ଯିଏକି ଏବେ ବାଚସ୍ପତି,ସେତେବେଳର ରାଜସ୍ୱ ମନ୍ତ୍ରୀ ଥିବା ମନମୋହନ ସାମଲ ଏବେ BJPର ରାଜ୍ୟ ସଭାପତି। ସେତେବେଳର ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଆଜି ଓଡ଼ିଶାର ଆଇନ ମନ୍ତ୍ରୀ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ରିପୋର୍ଟକୁ ନେଇ ଏମାନେ ନିଷ୍କ୍ରିୟ କାହିଁକି?ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଆଦର୍ଶ ବୋଲି ମାନୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସାଇଲେଣ୍ଟ୍।ରାଜ୍ୟରେ ସରକାର ଗଢିବାକୁ ସ୍ୱାମୀଙ୍କୁ ୟୁଜ୍ କରିଥିଲା କି BJP ?2008 ମସିହା ପବିତ୍ର ଜନ୍ମାଷ୍ଟମୀ ତିଥିରେ ସ୍ୱାମୀଜୀଙ୍କୁ ତାଙ୍କ ଆଶ୍ରମ ଭିତରେ ହତ୍ୟା କରାଯାଇଥିଲା। କନ୍ଧମାଳର ଚକାପାଦ ସ୍ଥିତ ଜଲେଶପଟା ଆଶ୍ରମରେ ଛାତିଥରା ଦୃଶ୍ୟ ଆଜି ବି ଅଭୁଲା।ଯାହାକୁ ନେଇ ବ୍ୟାପିଥିଲା ଦଙ୍ଗା। ସନ୍ଦେହ ଜନକ ଥିଲା Naveen ସରକାରଙ୍କର ଭୂମିକା। ସ୍ୱାମୀଜୀଙ୍କ ହତ୍ୟା ଦୁର୍ବୁର୍ତ୍ତଙ୍କ ଯୋଜନା କି ପଲିଟିକାଲ୍ ମ୍ୟାଚ୍ ଫିକ୍ସିଂ ତାକୁ ନେଇ ଅନେକ ପ୍ରଶ୍ନବାଚୀ।ସେହି ଘଟଣାକୁ ନେଇ BJD-BJP ମେଣ୍ଟ ସରକାର ଭାଙ୍ଗିଥିଲା।
ହତ୍ୟାକାଣ୍ଡ ଦିନ ସ୍ୱାମୀଜୀଙ୍କ ସୁରକ୍ଷା କର୍ମୀ ଛୁଟିରେ ରହିବା, 12 ଜଣ ରିକ୍ରୁଟ କନେଷ୍ଟବଲରୁ ମାତ୍ର 4 ଜଣ ଡ୍ୟୁଟି କରିବା,ଆଉ ହତ୍ୟାର ଠିକ୍ 5 ମିନିଟ ପରେ ପୋଲିସ୍ ଘଟଣାସ୍ଥଳକୁ ଆସିବା,CBI ତଦନ୍ତ ଦାବିକୁ BJD ସରକାର ଖାରଜ କରିବା ଏ ସୂଚନା ଦିଏ ଯେମିତି ଏ ହତ୍ୟା ସେ ସମୟର ନବୀନ ସରକାର ଚକ୍ରାନ୍ତର ଅଂଶ।ଯାହାକୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସନାତନ ସମିତିର ସଭାପତି ଦେବାଶିଷ ହୋତା।ସାଧାରଣ ନିର୍ବାଚନ ପୂର୍ବରୁ 2024 ମେ 13 ତାରିଖରେ ଭୁବନେଶ୍ୱରର ଏକ ସାମ୍ବାଦିକ ସମ୍ମିଳନୀରେ BJP ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଥିଲେ କି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପାଇଁ ନବୀନ ପଟ୍ଟନାୟକ ଦାୟୀ।ଆଉ ଜଷ୍ଟିସ୍ ନାୟୁଡୁ କମିଶନଙ୍କର ରିପୋର୍ଟ ସାର୍ବଜନୀନ ହେଲେ BJDର ମୁଖା ଖୋଲିଯିବ। ତାହେଲେ କାହିଁକି ମୁଖା ଖୋଲି ମାଇଲେଜ୍ ନେଉନି BJP?ଯଦିଓ ଆଇନମନ୍ତ୍ରୀ ଖୁବ୍ ଶିଘ୍ର ରିପୋର୍ଟ ସାର୍ବଜନୀନ ହେବ ବୋଲି ମତ ଦେିଛନ୍ତି ତେବେ ଏହା କେବେ ହେଉଛି ତାହା ଦେଖିବା ବାକି।