ନ୍ୟୁଜ୍/ ପଲିଟିକ୍ସ

ସମବେଦନା ପାଇଁ ରୀତା-ମନ୍ଦାକିନୀଙ୍କୁ ପ୍ରାର୍ଥୀ କରିଥିଲା BJD!ଏବେ ବେଦୁ ପୁଅଙ୍କ ପାଳି

Patkura-Sympathy

ଓଡ଼ିଶାର ରାଜନୈତିକ ଇତିହାସ କହୁଛି,ଉପନିର୍ବାଚନରେ ଦିବଙ୍ଗତ ନେତାଙ୍କ ପରିବାରର ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଥାନ୍ତି ଭୋଟର।ବିଜେପୁରରେ ରୀତା ସାହୁ,ଲକ୍ଷ୍ମୀପୁରରେ ପୂର୍ଣ୍ଣଚନ୍ଦ୍ର ମାଝି,ତଲସରାରେ ପ୍ରଫୁଲ୍ଲ ମାଝି,ସୁନ୍ଦରଗଡ଼ରେ ସୁଷମା ପଟେଲ ଏବଂ ନୟାଗଡରେ ମନ୍ଦାକିନୀ ବେହେରାଙ୍କ ଜିତିବା ଏହା ସ୍ପଷ୍ଟ କରୁଛି।ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ଜନ୍ମ ନେଇଥିବା ବିଜୁ ଜନତା ଦଳ ମଧ୍ୟ ସର୍ବଦା ସିମ୍ପାଥି ଥିଓରୀକୁ ଗୁରୁତ୍ୱ ଦେଇଛି।ସେଥିପାଇଁ ପାଟକୁରା ଆସନ ଲାଗି ବେଦପ୍ରକାଶ ଅଓ୍ୱାଲଙ୍କ ପୁଅ ସଞ୍ଜୟ ଓରଫ ବବଲୁ ବିଜେଡିର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଲାଣି।
ବବଲୁଙ୍କ ମିଳିପାରେ ଟିକେଟ
ଗତ ୨୦ତାରିଖରେ ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ହୋଇଥିଲା।ଫଳରେ ସେଠାରେ ଏପ୍ରିଲ ୨୯ରେ ମତଦାନ ହେବ ନାହିଁ ବୋଲି ଘୋଷଣା ହେଲା।ନିର୍ବାଚନ କମିଶନଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଲା। ମେ ୧ସୁଦ୍ଧା ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ହେବ ଏବଂ ମେ ୧୯ରେ ମତଦାନ ହେବ।ଯଦିଓ ବିଜେଡିର ପ୍ରାର୍ଥୀ କିଏ ହେବ ଏଯାଏଁ ଘୋଷଣା ହୋଇନାହିଁ ତେବେ ଦିବଂଗତ ନେତା ବେଦପ୍ରକାଶଙ୍କ ପରିବାର ଉପରେ ଶାସକ ଦଳ ଆସ୍ଥା ପ୍ରକଟ କରିପାରେ।ସେପଟେ ବେଦୁବାବୁଙ୍କ ପୁଅ ବବଲୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକଟ କଲେଣି।

ସଞ୍ଜୟ ଅଗ୍ରଓ୍ୱାଲ

ଏପ୍ରିଲ ୨ରେ ବବଲୁ ଅଯୋଗ୍ୟ!
୮୨ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ଥିଲେ ବିଜେଡିର ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ୱାଲ।କିନ୍ତୁ ୬ଥରର ବିଧାୟକ ବେଦୁବାବୁଙ୍କୁ ମାର୍ଚ୍ଚ ୧୪ରେ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ କଲେ ନବୀନ ପଟ୍ଟନାୟକ।ଏପରିକି ଇସ୍ତାହାର କମିଟି ବୈଠକକୁ ଆସିପାରୁ ନଥିବା ବେଦୁଙ୍କୁ ୨୭ ମାର୍ଚ୍ଚରେ ପାଟକୁରାରୁ ପ୍ରାର୍ଥୀ ଭାବେ ଘୋଷଣା କଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଦୁଙ୍କ ସ୍ଥାନରେ ପୁଅ ବବଲୁଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି ହେଲା।ଏପରିକି ଏପ୍ରିଲ ୨ରେ ବେଦୁଙ୍କ ସ୍ତ୍ରୀ,ନବୀନ ନିବାସରେ ଘଣ୍ଟାଏ ରହି ପୁଅ ବବଲୁଙ୍କୁ ପ୍ରାର୍ଥୀ କରାଇବା ଲାଗି ବିଜେଡି ନେତୃତ୍ୱକୁ ବୁଝାଇ ଥିଲେ।ହେଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଅଡୁଆରେ ପକାଇବା ଲାଗି ବିଜେଡି ଅସୁସ୍ଥ ବେଦୁଙ୍କୁ ଟିକେଟ ଦେଲା ବୋଲି ଚର୍ଚ୍ଚା ହେଉଛି।ପ୍ରାର୍ଥୀପତ୍ର ଦାଖଲ କରିବାକୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ଅଫିସକୁ ଚଢ଼ି ପାରିନଥିବା ବେଦୁବାବୁ,ଅସୁସ୍ଥତା ସତ୍ତ୍ୱେ ପ୍ରଚାର କରିବାକୁ ବାଧ୍ୟ ହେଲେ।ଶେଷରେ ଟାଣ ଖରାରେ ଅସୁସ୍ଥ ହୋଇ ଅଧା ପ୍ରଚାରରୁ ହସ୍ପିଟାଲରେ ଆଡମିଶନ୍ ହୋଇଥିଲେ।ଆଉ ଗତ ୨୦ତାରିଖରେ ମେଳାପି ବେଦୁବାବୁଙ୍କ ଦେହାନ୍ତ ହେଲା।
ବିଜୟଙ୍କୁ ଡର
ଅନ୍ୟପଟେ ବେଦୁଙ୍କ ମୃତ୍ୟୁ ପରେ ପାଟକୁରାରେ ଚର୍ଚ୍ଚା ହେଉଛି ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁ ୧୦ଥରର ବିଧାୟକ ୮୨ବର୍ଷ ବର୍ଷିୟା ଭି.ସୁଜ୍ଞାନୀ ଦେଓଙ୍କୁ ବିଜେଡି ପ୍ରାର୍ଥୀ କଲା ନାହିଁ।ବ୍ରହ୍ମପୁରର ୫ଥରର ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟ ଏବଂ ୮ଥରର ସାଂସଦ ଅର୍ଜୁନ ସେଠୀଙ୍କୁ ବିଜେଡି ଟିକେଟ ଦେଲାନାହିଁ।ତାହେଲେ ତାଙ୍କ ପରିବାର ନିବେଦନକୁ ଅଣଦେଖା କରି ଅସୁସ୍ଥ ବେଦଙ୍କୁ ୮୨ବର୍ଷ ବୟସରେ ବିଜେଡି କାହିଁକି ପାଟକୁରାରୁ ଲଢ଼ାଉ ଥିଲା?କଣ ଏଭଳି ସମବେଦନା ସମୟକୁ ଅପେକ୍ଷା କରୁଥିଲା ବିଜେଡି ?

ମନ୍ଦାକିନୀ-ରୀତାଙ୍କୁ ଭୁଲି ଗଲେ
ତେବେ ବେଦୁଙ୍କ ପରିବାର ଜାଣିବା ଉଚିତ ଯେ କେବଳ ସମବେଦନା ପାଇଁ ବିଜେଡି ହୁଏତ ବବଲୁଙ୍କୁ ପ୍ରାର୍ଥୀ କରିପାରେ।କିନ୍ତୁ ପର ମୁହୁର୍ତ୍ତରେ ବିଜେଡି ଲାଗି ଅଲୋଡ଼ା ହୋଇଯିବେ ବେଦୁଙ୍କ ପରିବାର।ଯେମିତି ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା।କିନ୍ତୁ ୨୦୧୮ ଫେବ୍ରୁଆରୀରେ ସମବେଦନା ଭୋଟ ପାଇଥିବା ବିଜେଡି,୨୦୧୯ରେ ରୀତାଙ୍କୁ ଟିକେଟ୍ ଦେଲା ନାହିଁ।ବିଜେଡିର ଏଭଳି ଆଚରଣ ନୂଆ ନୁହେଁ। ଟାଣୁଆ ନେତା ଭାଗବତ ବେହେରାଙ୍କ ମୃତ୍ୟୁ ପରେ ୨୦୦୨ରେ ତାଙ୍କ ସ୍ତ୍ରୀ ମନ୍ଦାକିନିଙ୍କୁ ବିଜେଡି ଲଢ଼ାଇ ଥିଲା।ସ୍ୱାମୀଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ  ନୟାଗଡ଼ ଭୋଟର ମନ୍ଦାକିନୀଙ୍କୁ ଜିତାଇ ଥିଲେ।ହେଲେ ୨୦୦୪ ନିର୍ବାଚନରେ ମନ୍ଦାକିନୀ ବେହେରାଙ୍କୁ ଟିକେଟ ଦେଇ ନଥିଲା ବିଜେଡି।  

You Might Also Like

2 Comments

  • Reply
    Bapin sahoo
    April 25, 2019 at 2:46 pm

    Correct

  • Reply
    Bapin sahoo
    April 25, 2019 at 2:48 pm

    mo mata ra paribar rajaniti na hau ,patkura ra

  • Leave a Reply to Bapin sahoo Cancel Reply